ରୋମ୍ ମାନ୍ୟତା ସିରିଜରେ ବିନେଶ ଫୋଗଟଙ୍କୁ ସ୍ୱର୍ଣ୍ଣ

ଅଂଶୁଙ୍କୁ ରୌପ୍ୟ ପଦକ

ରୋମ୍ : ରୋମ୍ ମାନ୍ୟତା ସିରିଜରେ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୨୦ ସିଜିନରେ ଏହା ତାଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ । ୫୩ କେଜି ବର୍ଗରେ ବିନେଶ ଇକ୍ୱେଡରର ଲୁଇସା ଏଲିଜାବେଥଙ୍କୁ ୪-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ।
ଅନ୍ୟପକ୍ଷରେ ଭାରତର କିଶୋର କୁସ୍ତି ପ୍ରତିଯୋଗୀ ଅଂଶୁ ମଲିକ ୫୭ କିଗ୍ରା ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସେ ନାଇଜେରିଆର ଓଡୁନାୟୋ ଆଦେକୁଓରୋୟୋଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି । ୧୮ ବର୍ଷ ବୟସ୍କ ଅଂଶୁ ପ୍ରତିଯୋଗିତାରେ ବେଶ ଭଲ ପ୍ରଦର୍ଶନ କରିଥିବା ଜଣାପଡିଛି।

Comments are closed.