ବିନୟ ସାକ୍ସେନା ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ : ବିନୟ କୁମାର ସାକ୍ସେନା ଦିଲ୍ଲୀ ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ସେ ଅନିଲ ବୈଜଲଙ୍କ ସ୍ଥାନ ନେଇଛନ୍ତି। ବୈଜଲ ଏହି ପଦରୁ ଗତ ୧୮ତାରିଖ ବୁଧବାର ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଗ୍ରହଣ କରିଛନ୍ତି। ଏଥିସହିତ ଦାୟିତ୍ବ ଗ୍ରହଣ ଦିନଠାରୁ ସାକ୍ସେନାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ୬୪ବର୍ଷୀୟ ସାକ୍ସେନା ସମ୍ପ୍ରତି ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଅଛନ୍ତି। ସେ ୨୦୧୫ରୁ ଏହି ଦାୟିତ୍ବରେ ଏହି ପଦରେ ରହିଛନ୍ତି।

Comments are closed.