ବାର୍ଷିକ ଉତ୍ସବ ଯୋଗୁ ଭିମସାର ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ କରୋନା, ୪୨ ଜଣ ହସପିଟାଲରେ ଭର୍ତ୍ତୀ

ବୁର୍ଲା: ଭିମସାରରେ ବେସ ଏକ ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ଉତ୍ସବ ପାଇଁ କରୋନା ସଂକ୍ରମିତ ହେବା ପ୍ରସଙ୍ଗ ଉଭୟ ଭିମସାର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି। ସମୁଦାୟ ୪୨ ଜଣ ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇ ଭିମସାର କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ରହିଥିବା ସୁଚନା ହସ୍ତଗତ ହେଇଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ କରାଯାଇଛି। ଏପରିକି ମହାନଗର ନିଗମ ତଥା ପୁଲିସ ପକ୍ଷରୁ ସହରରେ କରୋନା ସଂକ୍ରମଣକୁ ଆଖିଆଗରେ ରଖି ପୁଣି ପାଷ୍କ ତନଖୀ ଏବଂ ଫାଇନ ଅସୁଲିକୁ ନେଇ ସଚେତନତା ସହିତ ନିର୍ଦ୍ଦେଶନାମା ଦିଆଯାଇଛି। ଏହା ସହିତ ଶହ ଶହ ଛାତ୍ରଛାତ୍ରୀଙ୍କ ଆରଟିପିସିଆର ପରୀକ୍ଷା କରାଯାଇଥିବା ସୁଚନା ହସ୍ତଗତ ହୋଇଛି।

ବୁର୍ଲା ଭିମସାର ଏମ୍‍ବିବିଏସ୍‍ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ଘଟଣାକୁ ନେଇ ଚିନ୍ତା ରେ ପଡିଯାଇଛନ୍ତି ଭିମସାର କର୍ତ୍ତୃପକ୍ଷ। ଗତ ସପ୍ତାହରେ ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଡ଼ିଜେ ନାଇଟରେ ଅନେକ ଛାତ୍ରଛାତ୍ରୀ ଯୋଗ ମଧ୍ୟ ଦେଇଥିଲେ। ଏହା ହିଁ କରୋନା ସଂକ୍ରମଣର ଭିତ୍ତିଭୁମି ସାଜିଥିଲା। ଏପରିକି କିଛି ଛାତ୍ରଛାତ୍ରୀଙ୍କ ଜ୍ୱର ସହିତ ଅନ୍ୟାନ୍ୟ କରୋନା ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା। ବୁର୍ଲା ଭିମସାର ଏମ୍‍ବିବିଏସ୍‍ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ଘଟଣାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏପରିକି ଏହା ଶତକ ଛୁଇଁବା ସ୍ତିତିକୁ ଚାଲି ଆସିଥିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ସମୁଦାୟ ୫୧ ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ହୋଇଥିବା ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ ସୂଚନା ଦେଇଛନ୍ତି।

ଅନ୍ୟପଟେ ଏହି ସଂଖ୍ୟା ଶତକ ଛୁଇଁବ ବୋଲି ଛାତ୍ରଛାତ୍ରୀ ତଥା ମେଡ଼ିକାଲର କର୍ମଚାରୀଙ୍କ ମହଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ୩ଟି ଛାତ୍ରାବାସ ଏବଂ ୨ଟି ଛାତ୍ରୀ ନିବାସକୁ ମାଇକ୍ରୋ କଣ୍ଟେଣ୍ଟ ମେଣ୍ଟ ଜୋନ୍‍ ଭାବେ ଘୋଷଣା କରିଥିବା ବେଳେ କର୍ମଚାରୀ ଗୃହ ସମେତ ଆଉ ୪ ହଷ୍ଟେଲକୁ ବୋଫର ଜୋନ୍‍ ଭାବେ ଘୋଷଣା କରିଛନ୍ତି। ତେବେ ଏହି ଅଞ୍ଚଳରେ ଆଜିଠାରୁ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଏପରିକି ଆସନ୍ତାକାଲି ଏହି ଛାତ୍ରାବାସ, ଛାତ୍ରୀନିବାସ ଅନ୍ୟାନ୍ୟ ସ୍ତାନକୁ ସାନିଟାଇଜ କରାଯିବା ପାଇଁ ଭିମସାର ଏବଂ ଅଗ୍ନିଶମ ବିଭାଗ ବ୍ୟବସ୍ତା କରିବାକୁ ପଦକ୍ଷେପ ନିଆଯାଇଛି। ସେପଟେ ପୁଣି ୪୨ ଜଣ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପାଖାପାଖି ୫୦ ଜଣଙ୍କୁ ଛାତ୍ରାବାସ ତଥା ଛାତ୍ରୀନିବାସରେ ସଙ୍ଗରୋଧରେ ତଥା ଆଇସୋଲେସନରେ ରଖାଯାଇଛି।

ତେବେ ଭିମସାର ହସପିଟାଲର ପୁରାତନ ପିଜି ଛାତ୍ରାବାସକୁ କୋଭିଡ଼ ଆଇସୋଲେସନ କରାଯାଇ କିଛି କୋଭିଡ଼ ସଂକ୍ରମିତଙ୍କୁ ସେଠାରେ ରଖାଯାଇଥିବା ସୁଚନା ହସ୍ତଗତ ହୋଇଛି। ଅନ୍ୟପଟେ ସହରରେ ସଂକ୍ରମଣ ବଢିବା ଆଶଙ୍କାରେ ଆଜିଠାରୁ ବୁର୍ଲା ସହରରେ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ମହାନଗର ନିଗମର ଏନ୍‍ଫୋର୍ସମେଣ୍ଟ ଦଳରେ ଦିଲ୍ଲୀପ ପ୍ରଧାନଙ୍କ ସମେତ ମହାନଗର ନିଗମ କର୍ମଚାରୀ ତଥା ପୁଲିସ ଡାକବାଜି ଯନ୍ତ୍ର ସାହାଯ୍ୟରେ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ ବୋଲି ଘୋଷଣା କରିବା ସହିତ ଏହାକୁ ତନଖି କରାଯାଇ ଫାଇନ ଅସୁଲି କରାଯିବା ପାଇଁ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା। ତେବେ ଯେଉଁ ମାନେ ମାକ୍ସ ନ ପିନ୍ଧି ସର୍ବସାଧାରଣ ସ୍ଥାନରେ ବୁଲିବେ ମୋଟା ଅଙ୍କର ଫାଇନ ଆଦାୟ କରାଯିବ ବୋଲି ସହର ସାରା ବୁଲି ଡାକବାଜି ଯନ୍ତ୍ରରେ ଘୋଷଣା କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଭିମସାରର କରୋନା ସ୍ତିତିକୁ ନେଇ ଚିନ୍ତା ଲାଗି ରହିବା ସହିତ ଭିମସାର କର୍ତ୍ତୃପକ୍ଷଙ୍କ ଏହି ସଂକ୍ରମଣ ସ୍ତିତି ଚିନ୍ତାର କାରଣ ସାଜିଛି। ସୂଚନା ଥାଉ କି ଭିମସାରରେ ଗତ ୭ରୁ ୮ ଦିନ ତଳେ ହୋଇଥିବା ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀମାନେ କୋଭିଡ ନିୟମକୁ ଉଲ୍ଲଘଂନ କରି ଡ଼ିଜେ ନାଇଟରେ ଅଂଶଗ୍ରହଣ କରିବା କାଳ ସାଜିଥିବାକୁ ନେଇ ଆଲୋଚନା ହେଉଛି।

Comments are closed.