ବିଦ୍ୟୁତ ସଂଯୋଗ ଦାବିରେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ମୁଖୀଗୁଡା : ଗାଁରେ ବିଦ୍ୟୁତ ଖୁଣ୍ଟ ପୋତା ହେଲା, ଟ୍ରାନ୍ସଫର୍ମର ଲାଗିଲା, ହେଲେ ବିଦ୍ୟୁତ ସଂଯୋଗ ହେଲା ନାହିଁ। ଶେଷରେ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଗ୍ରାମବାସୀ ଘେରାଉ କଲେ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ପଞ୍ଚାୟତ ପିପଲଗୁଡା ଗାଁରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର ଓ ତାର ସଂଯୋଗ ହେଲା ହିତାଧିକାରୀ ଖୁସି ହୋଇଥିଲେ ଯେ ସେମାନେ ଅନ୍ଧାରରୁ ମୁକ୍ତି ପାଇବେ ହେଲେ  ସେମାନଙ୍କ ଘରେ ବିଦ୍ୟୁତ ସଂଯୋଗ ହେଲାନାହିଁ ।ଅପେକ୍ଷା କରି କରି ଦୁଇ ବର୍ଷ ବିତିଗଲା। ବିଡିଓଙ୍କ ଠାରୁ ବିଧାୟକ ଯାଏଁ  ଅଭିଯୋଗ କଲେ, ହେଲେ କିଛି ସୁଫଳ ମିଳିଲା ନାହିଁ ଶେଷରେ ପିପଲଗୁଡା ଗ୍ରାମବାସୀ ବାଧ୍ୟ ହୋଇ ଶନିବାର  ଜୟପାଟଣା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କଠାରୁ କୌଣସି ନିର୍ଭର ଯୋଗ୍ୟ ପ୍ରତିଶୃତି ନ ପାଇବାରୁ ଆସନ୍ତା ୧୫ଦିନ ଭିତରେ ବିଦ୍ୟୁତ ସଂଯୋଗ ନହେଲ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.