ପ୍ରେମିକଙ୍କ ସହ ଧରାପଡ଼ିଲେ ବିବାହିତା: ଉଭୟଙ୍କ ନାକ କାଟିଲେ ଗ୍ରାମବାସୀ

ଉତ୍ତରପ୍ରଦେଶ: ବିବାହିତ ମହିଳାଙ୍କୁ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ପାଇ ଗ୍ରାମବାସୀ କଡ଼ା ଦଣ୍ଡ ଦେଇଛନ୍ତି। ମହିଳା ଓ ତାଙ୍କ ପ୍ରେମିକଙ୍କୁ ବାନ୍ଧି ପିଟିବା ସହ ଉଭୟଙ୍କ ନାକ କାଟି ଦେଇଛନ୍ତି। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଅଯୋଧ୍ୟାର ପଟରଙ୍ଗା ଥାନା ଅଧିନସ୍ଥ ଖଣ୍ଡ ପିପରା ଗାଁରେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଖଣ୍ଡ ପିପରା ଗ୍ରାମ ନିବାସୀ ୩୦ ବର୍ଷୀୟ ବିବାହିତ ମହିଳାଙ୍କର ସେହି ଗ୍ରାମର ଭିନ୍ନ ସମ୍ପ୍ରଦାୟର ୨୩ ବର୍ଷୀୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉଭୟ ପରସ୍ପରଙ୍କୁ ଲୁଚିଛପି ଦେଖା କରୁଥିଲେ। ବିବାହିତାଙ୍କ ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ସେମାନେ ଉଭୟଙ୍କୁ ଉଚିତ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଲେ। ପରିବାର ଲୋକେ ଦୁହିଁଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଦେଲେ। ସୋମବାର ରାତିରେ ପ୍ରେମିକ ବିବାହିତାଙ୍କୁ ଭେଟିବାକୁ ଲୁଚିଛପି ତାଙ୍କ ଘରକୁ ଆସିଥିବା ବେଳେ ପରିବାର ଲୋକେ ତାଙ୍କୁ ଧରି ନେଇଥିଲେ। ଏହାପରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ପ୍ରେମିକକୁ ଦଉଡ଼ିରେ ବାନ୍ଧି ଖୁବ୍‍ ପିଟିଥିଲେ। ବିବାହିତା ଏହାର ବିରୋଧ କରିବାରୁ ପ୍ରଥମେ ତାଙ୍କୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ପ୍ରଥମେ ମହିଳାଙ୍କ ନାକ କାଟି ଦିଆଯାଇଥିଲା ଓ ପରେ ତାଙ୍କ ପ୍ରେମିକଙ୍କୁ ମଧ୍ୟ ସମାନ ଦଣ୍ଡ ଦିଆଯାଇଥିଲା।

Comments are closed.