କୋଇଲା ଖଣି ପାଇଁ ଜଙ୍ଗଲରୁ ବିସ୍ଥାପିତ ହେଲେ ଗ୍ରାମଦେବୀ ପୀତାବଳିଆ – ଗ୍ରାମବାସୀ ଅସନ୍ତୋଷ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଖିଣ୍ଡା ଗ୍ରାମ ପଞ୍ଚାୟତ ରେ ପ୍ରତିଷ୍ଠା ହେଉଥିବା ଏନ୍ଏଲ୍‌ସି କମ୍ପାନୀ ର ତଲାବିରା (୨) ଏବଂ (୩) କୋଇଲା ଖଣି ଯୋଗୁଁ ଜନ ସାଧାରଣ ଙ୍କ ବିରୋଧ ସତ୍ୱେ ତଲାବିରା ଗ୍ରାମ୍ୟ ଜଙ୍ଗଳ ରେ କାହିଁ କେଉଁ ଜାଳ ରୁ ପୂଜା ପାଉଥିବା ଗ୍ରାମ୍ୟ ଦେବୀ ଙ୍କୁ ଜଙ୍ଗଳ ରୁ ବିସ୍ଥାପିତ ଆଜି କରି ଦିଆଯାଇଛି। ଅଦାନୀ କମ୍ପାନୀ ର ଉପ-ସଭାପତି ପ୍ରସନ୍ନ କୁମାର ପଣ୍ଡା ସଦର ଏସଡିପିଓ ତପନମହାନ୍ତି ଏକ୍ଜ୍ୟୁକେଟିଭ୍ ମାଜଷ୍ଟ୍ରେଟ୍ ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର ଠେଲକୁଲି ଆଇଆଇସି ପ୍ରକାଶ କୁମାର କର୍ଣ ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ୱର ସାହୁ ଉପସ୍ଥିତିରେ ଆଜି ତ୍ରିପାକ୍ଷିକ ବୈଠକ ରେ ପରେ  ସମାଧାନ ହେଲା ପରେ ସଶସ୍ତ୍ର ପୁଲିସ ବାହିନୀର ସୁରକ୍ଷା ବଳୟ ମଧ୍ୟରେ ଗ୍ରାମ୍ୟ ଦେବୀଙ୍କୁ ତାଙ୍କ ପୂଜାସ୍ଥଳରୁ ତଲବିରା ଗ୍ରାମ୍ୟ ସୀମାରେ ଥଇଥାନ କରାଯାଇଥିବାର ଜଣାପଡିଛି। ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ଆସ୍ଥା ଏବଂ  ବିଶାସ୍ବର ପ୍ରତୀକ ପୀତାବଳିଆଙ୍କ ବିସ୍ଥାପନକୁ ଗ୍ରାମବାସୀ ତୀବ୍ର ବିରୋଧ କରିଆସୁଥିଲେ। ଗ୍ରାମବାସୀଙ୍କ ଅଜାଣତରେ ଜଙ୍ଗଲରେ ପୂଜା ପାଉଥିବା ଗ୍ରାମଦେବୀଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ରାତାରାତି ଉଠାଇ ଆଣି ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବିଗତ ଦିନରେ ମଧ୍ୟ ଏହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ସମାଧାନ ନିମନ୍ତେ  ପୁଲିସ/ପ୍ରଶାସନ ଓ  କମ୍ପାନୀର ଅଧିକାରୀଙ୍କ ସହିତ ଗ୍ରାମବାସୀଙ୍କ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏନ୍ଏଲ୍‌ସି ଏବଂ ଅଦାନୀ କମ୍ପାନୀର ଅଧିକାରୀ ମାନେ ଗ୍ରାମଦେବୀଙ୍କ ପାଇଁ ମନ୍ଦିର ନିର୍ମାଣ କରିଦେବା ସହିତ ଦୁଇ ଜଣଙ୍କୁ ସେବାୟତ ଭାବରେ ସବୈତନିକ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଲା ପରେ ଗ୍ରାମବାସୀଙ୍କ ବିରୋଧର ସ୍ୱର ଟିକିଏ ଶାନ୍ତ ହୋଇଥିଲା। ତେବେ ବିଗତ ଦିନ ରେ ଏନ୍ଏଲସି ଏବଂ ଅଦାନୀ କମ୍ପାନୀ ଅସଂଖ୍ୟ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲେଇ ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରି ପ୍ରତିଶ୍ରୁତି ପୂରଣ ଦାବିରେ ବାରମ୍ବାର ଆନ୍ଦୋଳନ କରି ଆସୁଛନ୍ତି । କମ୍ପାନୀ ବିଗତ ଦିନରେ ଦେଇଥିବା ଅଧିକାଂଶ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନଥିବାରୁ ମନ୍ଦିର ନିର୍ମାଣ ଏବଂ ଦୁଇଜଣ ଙ୍କୁ ନିଯୁକ୍ତି ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣି ର ଗାର ହେବ ନାହିଁ ତ ବୋଲି ସଚେତନ ନାଗରିକ ମହଲରେ ପ୍ରଶ୍ନ ଉଠିଛି।

Comments are closed.