ଭିଜିଲାନ୍ସ ଜାଲରେ ସୋର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ

ବଡ଼ସାହି : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୋର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଅଜୟ ବେହେରା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଜୟଙ୍କ ବାସଭବନରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ସହକାରୀ ଯନ୍ତ୍ରୀ ବେହେରାଙ୍କ ଘର ସମେତ ତାଙ୍କ କାର୍ଯ୍ୟାଳୟ, ପୈତୃକ ଗ୍ରାମ ଓ ସମ୍ପର୍କୀୟଙ୍କ ଘର ସହିତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି। ସୋର କାର୍ଯ୍ୟାଳୟ, ବାରିପଦା, ଭୁବନେଶ୍ୱରସ୍ଥିତ ଘର, ବଡ଼ସାହି ବ୍ଲକ ଛେଳିଆ-ବି ଗ୍ରାମର ଶ୍ବଶୂରଘର ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

Comments are closed.