ସ୍ମୃତି ସେ ବିଜୟର : ବିଜୟ ଦିବସ

ସ୍ମୃତି ତାହା ସର୍ବଦା ଚିସ୍ମରଣୀୟ। ସ୍ମୃତି ସେ ବିଜୟର, ବୀର ପୁରୁଷର। ଯାହାଙ୍କୁ ଉଚ୍ଚ ସ୍ତରୀୟ ସମ୍ମାନ ଓ ତାଙ୍କ ବିରତ୍ୱର ଗାନ ପାଇଁ ପ୍ରତିବର୍ଷ ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଏ। ୧୯୭୧ ମସିହାରେ ଏହି ଦିନରେ ହିଁ ଭାରତ-ପାକ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ବିଜୟ ହାସଲ କରିଥିଲା। ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ବିଜୟ ଦିବସ ରୂପେ ପାଳନ କରାଯାଏ।
ପ୍ରାୟ ୧୩ ଦିନ ଧରି ଏହି ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ପ୍ରାୟ ୩୦୦୦ରୁ ଅଧିକ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ। ବହୁ ସୈନ୍ୟ ଗୁରୁତର ଆହତ ମଧ୍ୟ ହୋଇଥିଲେ। ଯୁଦ୍ଧ ପରେ ବିଶ୍ୱ ମାନଚିତ୍ରରେ ବଙ୍ଗଳାଦେଶ ଭାବେ ଗୋଟିଏ ନୂଆ ଦେଶର ଉଦୟ ହୋଇଥିଲା।
ପାକ୍ ସେନାର ନେତୃତ୍ୱ ନେଇଥିବା ଲେ. ଜେନେରାଲ ଏକେ ନିୟାଜୀ ନିଜ ୯୩ହଜାର ସୈନିକଙ୍କ ସହ ଭାରତୀୟ ସେନାର କମାଣ୍ଡର ଲେ. ଜେନେରାଲ ଜଗଜୀତ ସିଂହ ଅରୋଡ଼ାଙ୍କ ନିକଟରେ ଆତ୍ମସମର୍ପଣ କରି ପରାଜୟ ସ୍ୱୀକାର କରିଥିଲେ। ଯୁଦ୍ଧ ପରେ ବହୁ ପାକ ସୈନ୍ୟ ଆତ୍ମସମର୍ପଣ ମଧ୍ୟ କରିଥିଲେ।