ଭିଜିଲାନ୍ସ ଜାଲରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ତୁରକେଲା ବ୍ଲକ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗୋବିନ୍ଦ ଭୁଏଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରାଯାଇଛି। ୫ଟି ଟିମ୍‍ ଦ୍ୱାରା ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏକ ଦୁଇ ମହଲା ଘର, ୫ଟି ପ୍ଲଟ୍‍, ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଯାନ ଜବତ କରାଯାଇଛି। ଖାନତଲାସୀ ଜାରି ରହିଛି।

ଗୋବିନ୍ଦ ଭୁଏଙ୍କ କଣ୍ଟାବାଞ୍ଜି ବାସ ଭବନ ସହ, ପୈତୃକ ଗ୍ରାମ ଧଣ୍ଡା ମୁଣ୍ଡା ସହ ତୁରେକେଲା ଓ ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଏବଂ ତାଙ୍କ ପୁଅଙ୍କ ଫଟୋ ଷ୍ଟୁଡିଓ ରେ ଭିଜିଲାନ୍ସ ରେଡ କରି ଯାଞ୍ଚ ଜାରି ରହିଛି । ସମ୍ପ୍ରସାରଣ ଅଧିକାରୀ ଭୁଏଙ୍କ ନାମରେ ତାଙ୍କ ଚାକିରି କାଳ ମଧ୍ୟରେ ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ଆଧାର ରେ ସମ୍ବଲପୁର ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ମତେ ଏକ କାଳୀନ ରେଡ ପାଇଁ ପାଞ୍ଚ ଜଣିଆ ଟିମ୍ ଗଠନ କରାଯାଇ ଆଜି ସକାଳେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରି ଯାଞ୍ଚ ଜାରି ରଖିଥିବାବେଳେ ଭୁଏ ଙ୍କ ସମ୍ପତ୍ତି ର ଆକଳନ ଯାଞ୍ଚ ସମ୍ପୂର୍ଣ୍ଣ ହେବାପରେ ଜଣାପଡ଼ିବ ବୋଲି ଭିଜିଲାନ୍ସ ଡିଏସ୍ପି ବଲାଙ୍ଗୀର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜିର ଏହି ଚଢାଉରେ ଭିଜିଲାନ୍ସ ଡିଏସପି ହେଡ୍ କ୍ୱାର୍ଟର ସମ୍ବଲପୁର ଦାଶରଥି ସେଠୀଙ୍କ ନେତୃତ୍ୱରେ ବଲାଙ୍ଗୀର ୟୁନିଟ ଡିଏସପି ସଦାନନ୍ଦ ପାଣି, ସମ୍ବଲପୁର ହେଡ କ୍ୱାର୍ଟର ଇନ୍ସପେକ୍ଟର ତୁଷାର କାନ୍ତ ମହାପାତ୍ରଙ୍କ ସହ ୧୧ ଜଣିଆ ଟିମ୍ , ସି ବିଲୁଙ୍ଗ ଇନ୍ସପେକ୍ଟଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍, ବରଗଡ଼ ୟୁନିଟ ଇନ୍ସପେକ୍ଟର ପୁନିତା ପ୍ରଭା ବାଗେଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ , ସମ୍ବଲପୁର ଭିଜିଲାନ୍ସ ଡିଏସପି ସୁଜାତା ପଣ୍ଡା ଙ୍କ ନେତୃତ୍ୱ ରେ ୪ଜଣିଆ ଟିମ୍ ଏବଂ ଡି ଏସ ପି ମାରୀୟାଂଶ ମିଞ୍ଜଙ୍କ ନେତୃତ୍ବରେ ୩ଜଣିଆ ଟିମ୍ ତଥ୍ୟ ଆକଳନ କରିବାରେ ସାମିଲ ଥିବା ବେଳେ ଯାଞ୍ଚ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ରାତି ହୋଇଯିବ ବୋଲି ମିଳିତ ଟିମ୍ ସୂଚନା ଦେଇଛି ।

Comments are closed.