ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ

ମୁମ୍ବଇ: ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସତର୍କ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଅକ୍ଟେବାର ୨୯ ତାରିଖରେ ସାର୍‍ ସୋରାବଜୀ ପୋଚଖାନାୱାଲା ବ୍ୟାଙ୍କର୍ସ ଟ୍ରେନିଂ କଲେଜ, ମୁମ୍ବଇ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ ସହିତ ବ୍ୟାଙ୍କର ବ୍ୟବସାୟିକ ସମୀକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ସତର୍କତା ଆୟୁକ୍ତ ସୁରେଶ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବ୍ୟାଙ୍କର ମୁଖ୍ୟ ସତର୍କତା ଅଧିକାରୀ ପର୍ଶୁରାମ ପଣ୍ଡା ମୁଖ୍ୟ ଅତିଥି, ବ୍ୟାଙ୍କ ଅଧିକାରୀଗଣ ଏବଂ ସମବେତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସତର୍କତା ସଚେତନତା ସପ୍ତାହ ୨୦୨୧ ପାଳନ ଅବସରରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ ଏବଂ କେନ୍ଦ୍ରୀୟ ସତର୍କତା ଆୟୋଗଙ୍କ ତତ୍ତ୍ୱାବଧାନରେ ଚଳିତ ବର୍ଷର ଶୀର୍ଷକ ’୭୫ ବର୍ଷରେ ସ୍ୱାଧୀନ ଭାରତ: ସ୍ୱାବଲମ୍ବନ ଏବଂ ସଂପ୍ରଭୁତା’ ବିଷୟରେ ସଚେତନତାର ପ୍ରସାର ନିମନ୍ତେ ସମଗ୍ର ଦେଶରେ ହାତକୁ ନିଆଯାଉଥିବା ବହୁବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ନିଜର ବ୍ୟାଙ୍କିଙ୍ଗ ଅଭିଜ୍ଞତା ଆଧାରରେ ଚଳିତ ବର୍ଷର ବିଷୟବସ୍ତୁ ସମ୍ପର୍କରେ ବିସ୍ତୃତ ଭାବରେ ଉଲ୍ଲେଖ କରିବା ସହିତ ସଂଗଠନର ବିଭିନ୍ନ ସ୍ତରରେ ଲକ୍ଷ୍ୟ ହାସଲ ନିମନ୍ତେ ସାଧୁତା, ସଂପ୍ରଭୁତା, କଠିନ ପରିଶ୍ରମ ଏବଂ ସକାରାତ୍ମକ ମନୋଭାବ ଭଳି ମୂଳ ନୀତି ଅନୁସରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହିତ ବିନା ସାଲିସରେ ପ୍ରତ୍ୟେକ ବ୍ୟକ୍ତିବିଶେଷ ସମସ୍ତ ସ୍ତରରେ ନିୟମ ପାଳନ ଏବଂ ଯଥୋଚିତ ପରିଶ୍ରମ କରିବା ଉପରେ ଜୋର ଦେଇଥିଲେ । ସତର୍କତା ସଚେତନତା ସପ୍ତାହ ପାଳନର ଅଂଶବିଶେଷ ଭାବରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ମୁମ୍ବଇର ନରିମାନ ପଏଣ୍ଟସ୍ଥିତ ଚନ୍ଦ୍ରରମୁଖିଠାରେ ଥିବା କର୍ପୋରେଟ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ବ୍ୟାଙ୍କର ମୁଖ୍ୟ ସତର୍କତା ଅଧିକାରୀ ପି ପି ପଣ୍ଡା ଅନ୍ୟ ବରିଷ୍ଠ ଅଧିକାରୀ ଓ ବ୍ୟାଙ୍କର କର୍ମଚାରୀମାନଙ୍କ ସହିତ ମିଶି ସଂପ୍ରଭୁତାର ଶପଥ ପାଠ କରିଥିଲେ ।

Comments are closed.