ଡିଆରଡିଏର ବରିଷ୍ଠ କିରାଣୀ ହରପ୍ରସାଦ ଆଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି : ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ସୋମବାର କଳାହାଣ୍ଡି ଜିଲା ଡିଆରଡିଏର ବରିଷ୍ଠ କିରାଣୀ ହରପ୍ରସାଦ ଆଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ ଏହି ଚଢାଉ କରୁଥିବା ଜଣାପଡ଼ିଛି। ଭିଜିଲାନ୍ସ ପକ୍ଷରୁ ଏକାକାଳୀନ  ହରପ୍ରସାଦଙ୍କ ଭବାନୀପାଟଣା ରାମନଗରପଡାସ୍ଥିତ ବାସଭବନ, ମନ୍ଦାର ବଗିଚା ପଡାରେସ୍ଥିତ ପୈତୃକ ଘର ଓ ଅଫିସରେ ଚଢ଼ଉ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମ୍ପତ୍ତି ଆକଳନ କରାଯାଇ ନାହିଁ  ବୋଲି ଭିଜିଲାନ୍ସ ଟିମ୍ ପକ୍ଷରୁ କୁହାଯାଇଛି।

Comments are closed.