ଲକ୍ଷେ ଅଶୀ ହଜାର ଲାଞ୍ଚ ନେଉଥିଲେ ବିଡିଓ, ଧରିଲା ଭିଜିଲାନ୍ସ

ବଲାଙ୍ଗିର: ଗୁଡ଼ଭେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡ଼ିଓ) ବିନୋଦ ନାଏକ ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ସୂଚନା ମିଳିଛି। ବିଡିଓ ବିନୋଦ ନାଏକ ୧ ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ। ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ। ସରକାରୀ କ୍ବାଟର୍ସ ମରାମତି ଠିକା ଦେବାକୁ ଲାଞ୍ଚ ନେଉଥିଲେ। ୩୦ଲକ୍ଷର କାମ ପାଇଁ ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବିଡ଼ିଓ ବିନୋଦ ନାଏକଙ୍କ ୩ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

Comments are closed.