ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କନ୍ଧମାଳ: କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ଫୁଲବାଣୀ ଭିଜିଲାନ୍ସ ଡିଭିଜନର ଏକାଧିକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ସୂଚନା ଅନୁସାରେ, କୈଳାସଙ୍କ ବାଲିଗୁଡ଼ା ବଜାରସ୍ଥିତ ଘର ସହିତ ପୁରୀ, ଭୁବନେଶ୍ଵର, ବ୍ରହ୍ମପୁର ଏବଂ ଭବାନୀପାଟଣାରେ ଥିବା ଘରେ ଚଢ଼ାଉ ଚାଲିଛି। ଚଢ଼ାଉ ସମୟରେ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ସାହୁ ଚାକିରି ସମୟରେ ବହୁ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା।

Comments are closed.