ଜିଏସ୍‌ଟି ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା: ଜିଏସ୍‌ଟି(GST) ଅଫିସର ଅଲେଖ ମହାନନ୍ଦଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଲେଖ ମହାନନ୍ଦଙ୍କ ଛେଣ୍ଡ୍ କଲୋନୀ ଘର ସମେତ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।  ମହାନନ୍ଦଙ୍କ ଶ୍ୱଶୁର ଘର, ପୈତୃକ ଘର ଓ କାର୍ଯ୍ୟାଳୟରେ ବି ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। ଅଲେଖ ମହାନନ୍ଦ GST ଅଫିସର ଭାବେ କମର୍ସିଆଲ ଡିପାର୍ଟମେଣ୍ଟରେ କାମ କରନ୍ତି l

Comments are closed.