ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଚଢାଉ

କଟକ : ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଶୁକ୍ରବାର ଜଣାପଡ଼ିଛି। ରମେଶଙ୍କ ପୈତୃକ ଓ ସମ୍ପର୍କୀୟଙ୍କ ୫ଟି ଘରେ ଏକାକାଳୀନ ଚଢାଉ ଜାରି ରହିଛି। କଟକର ଜ୍ୟୋତି ବିହାର, ବିଡ଼ାନାସୀ, ସିଡ଼ିଏ ସ୍ଥିତ ଘରେ ଚଢାଉ ହୋଇଛି। ରମେଶଙ୍କ ଜଗତସିଂହପୁର ଏରସମାରେ ଥିବା ପୈତୃକ ଘରେ ମଧ୍ୟ ଚଢାଉ ଜାରି ରହିଛି। ଚଢାଉ ଜାରି ରହିଥିବାରୁ ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.