ଭିଜିଲାନ୍ସ ଜାଲରେ ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ

ବାଲେଶ୍ୱର : ଉପ ନିର୍ବାଚନ ପାଇଁ ବାଲେଶ୍ୱର ସହର ସରଗରମ ଥିଲା ଜିଲା ମୁଖ୍ୟ ଯୋଗାଣ ଅଧିକାରୀ (ଚିଫ ସିଏସ୍‍ଓ)ଙ୍କ ଟେବୁଲ ତଳ ବହୁତ ଗରମ ଥିବା ଦେଖିବାକୁ ମିଳଛି। ଏହି ଗରମର ଧାସ ଭିଜିଲାନ୍ସ ବିଭାଗ ଉପରେ ପଡ଼ିଲା ପରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଚିଫ ସିଏସଓ ମୀର ରାଜା ଅଲି। ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ବେଳେ ତାଙ୍କ ଟେବୁଲ ଡ୍ରୟାରରୁ ୯ଟି ପ୍ୟାକେଟରେ ୨ଲକ୍ଷ ୩୪ ହଜାର ୯୦୦ ଟଙ୍କା ଜବତ କରିଥିଲେ। ଏହି ଟଙ୍କା କେଉଁଠୁ ଆସିଲା ସେ ନେଇ ମୀର ରାଜା କୌଣସି ସଠିକ ଉତ୍ତର ଦେଇ ପାରିନଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେ ଗିରଫ ହେବାର ସମ୍ଭାବନା ରହିଥିବା ସୂଚନା ରହିଛି। ସୂଚନାଯୋଗ୍ୟ ଯେ, ତାଙ୍କ ବିରୋଧରେ ପୂର୍ବରୁ ଯୋଗାଣ ବିଭାଗର ମହିଳା କର୍ମଚାରୀ ଜିଲାପାଳଙ୍କୁ ଅଭିଯୋଗ କରିଥିଲା ବେଳେ ବିଭାଗର କର୍ମଚାରୀମାନେ ମଧ୍ୟ ତାଙ୍କର ରୁକ୍ଷ ଓ ଆଶାଳୀନ ବ୍ୟବହାର ନେଇ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ତେଣୁ ଦୁର୍ଗାପୂଜା ଓ ନିର୍ବାଚନ ବେଳାରେ ଏତେ ଟଙ୍କାର କାରବାର ବିଷୟରେ କାର୍ଯ୍ୟାଳୟର କର୍ମଚାରୀମାନେ ସୂଚନା ଦେଇଥିବା ଅନୁମାନ କରାଯାଉଛି।

Comments are closed.