ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ

ବିଜେପୁର: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ଜିଲ୍ଲାର ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ। ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ସେ ଧରାପଡ଼ିଛନ୍ତି। ତାଙ୍କ ଠାରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ଜବତ କରାଯାଇଛି।

ସୂଚନା ଅନୁସାରେ, ବିଡିଓ ଶ୍ରୀ ସାମନ୍ତରାୟ ଏକ ଭଡ଼ା କାର୍‌ରେ ଲକ୍ଷାଧିକ ଟଙ୍କା ନେଇ ଭୁବନେଶ୍ୱର ସ୍ଥିତ ତାଙ୍କ ଘରକୁ ଯାଉଥିଲେ। ସୋନପୁର ଭିଜିଲାନ୍ସ ବିଭାଗ ଏନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ଭିଜିଲାନ୍ସର ଏକ ଟିମ୍ ବିନିକା ସେତୁ ନିକଟରେ ଛପି ରହିଥିଲା। ବିଡିଓ ସେଠାରେ ପହଞ୍ଚିଲା ପରେ ତାଙ୍କୁ ଅଟକାଇ ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀମାନେ ଗାଡ଼ିରୁ ଉକ୍ତ ଟଙ୍କା ପାଇଥିଲେ। ଟଙ୍କା ବାବଦରେ ବିଡିଓ କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଏହପରେ ବିଡିଓଙ୍କୁ ସୋନପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଟକ ରଖଯାଇଛି। ଅଧିକ ତଦନ୍ତ ଜାରି ରହିଛି।

Comments are closed.