ଭିଜିଲାନ୍ସ ଜାଲରେ ବେହେରାପାଲି ପିଇଓ

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ବେହେରାପାଲି ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୀଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଗୁରୁବାର ଏକକାଳୀନ ୩ଟି ସ୍ଥାନରେ ୩ଟି ଟିମ୍‌ ଚଢାଉ କରିଛନ୍ତି। ଜଣେ ଡିଏସପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଏହି ଚଡାଉରେ ସାମିଲ ଅଛନ୍ତି। ଚଢାଉ ସମୟରେ ଏକ ଦୁଇ ମହଲା ଘର, ଗୋଟିଏ ପ୍ଲଟ୍‌ ଏବଂ ନଗଦ ୬୯ ହଜାର ଟଙ୍କା ଠାବ କରାଯାଇଛି। ଅଧିକ ଖୋଳତାଡ଼ ଜାରି ରହିଛି।

 

Comments are closed.