ଜମି ଜାଲିଆତି, ଅନିୟମିତତା, ଅପରାଧିକ ଷଡଯନ୍ତ୍ର ମାମଲାରେ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ୯ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ମୋଟ ୬ ଅଧିକାରୀଙ୍କ ୯ଟି ଘରେ ଭିଜିଲାନ୍ସ ଟିମ ପକ୍ଷରୁ ଚଢାଉ କରାଯାଇଛି । ଭୁବନେଶ୍ୱର, କଟକ, ଭଦ୍ରକ, ଜଗତସିଂହପୁରରେ ଚଢାଉ କରାଯାଇଛି । କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଚଢାଉ କରାଯାଇଥିବା ବେଳେ ଜଗତସିଂହପୁରର ପୂର୍ବତନ ଉପଜିଲ୍ଲାପାଳ ମହେନ୍ଦ୍ର ମହାନ୍ତିଙ୍କ ଘରେ ଚଢାଉ କରାଯାଇଛି । ଦୁଇ ଓଏଏସ୍‌ ଅଧିକାରୀଙ୍କ ସହ ୪ ଜଣ ପୂର୍ବତନ ଆରଆଇଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି । ଅନିୟମିତତା, ଜାଲିଆତି ଓ ଅପରାଧିକ ଷଡଯନ୍ତ୍ର ନେଇ ଚଢାଉ କରାଯାଉଛି । ଏହି ଚଢାଉରେ ଜଣେ ଏଏସପି,୧୧ ଡିଏସପି, ୬ ଇନ୍ସପେକ୍ଟର ସାମିଲ ରହିଛନ୍ତି । ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ ।

Comments are closed.