ଭିଜିଲାନ୍ସ ଜାଲରେ ବନପାଳ

ବରଗଡ଼: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ବନପାଳ ସୁଶାନ୍ତ ଦାଶଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଡିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଟିମ୍ ଚଢ଼ାଉ କରି ଖୋଳତାଡ଼ ଚଳାଇଛନ୍ତି ।

ଚଢ଼ାଉ ସମୟରେ ନଗଦ ୫୪ ହଜାର ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଏହା ସହିତ ସୁଶାନ୍ତ ଦାଶଙ୍କର ଗୋଟିଏ ପ୍ଲଟ୍ ରହିଥିବା ବେଳେ ଗୋଟିଏ ଚାରି ଚକିଆ ଗାଡ଼ି ଓ ଦୁଇ ଚକିଆ ଗାଡ଼ି ଥିବା ଜଣାପଡ଼ିଛି । ଚଢାଉ ଜାରି ରହିଛି। ଏହି ଚଢ଼ାଉରେ ୨ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Comments are closed.