ପୃଥକ ସ୍ଥାନରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର / ପୁରୀ : ପୁରୀ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସଂଖ୍ୟାନ ସହାୟକ କୃଷ୍ଣ ଚନ୍ଦ୍ର ଜେନାଙ୍କ ବାସ ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ଚଢାଉରେ ବିଭିନ୍ନ ଦରକାରୀ କାଗଜପତ୍ର ସହ ପୁରୀ ଓ ଭୁବନେଶ୍ୱରରେ ଥିବା ଦୁଇଟି କୋଠା ଏଯାଏଁ ଚିହ୍ନଟ ହୋଇଛି । ତିନିଜଣ ଡିଏସପିଙ୍କ ନେତୃତ୍ୱରେ ତଦନ୍ତ କରାଯାଉଛି । ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରିନାହିଁ ।
ସେହିପରି କେନ୍ଦୁଝର ଯୋଡା ବ୍ଲକ ବରିଷ୍ଠ ବୈଷୟିକ ପରାମର୍ଶ ଦାତା କ୍ଷେତ୍ରବାସୀ ମହାପାତ୍ରଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଉଛି । କେନ୍ଦୁଝର ସହର ପବିତ୍ରଡିହା ବାସଭବନ, ସଦରବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର , କାର୍ଯ୍ୟାଳୟ ସହ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଉଛି । ଚଢାଉରେ ୨ ଜଣ ଡିଏସପି, ୪ ନୀରିକ୍ଷକ ଓ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି । ଚଢାଉ ଜାରି ରହିଥିବାରୁ ଅଧିକ ଖବର ମିଳିପାରି ନାହିଁ ।

 

Comments are closed.