ଡିଡିସିଇ ଅଧିକାରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ

ସାଲେପୁର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭୁବନେଶ୍ୱରସ୍ଥିତ ଦୂର ନିରନ୍ତର ଶିକ୍ଷା ନିର୍ଦେଶାଳୟ (ଡିଡିସିଇ)ର ଅଧିକାରୀ ଅଶୋକ କୁମାର ମିଶ୍ରଙ୍କ ପୈତୃକ ବାସଭବନ ସାଲେପୁର ବ୍ଲକସ୍ଥିତ ରାମେଶ୍ବର ପଞ୍ଚାୟତ ଦୁର୍ଗାପୁର ଗ୍ରାମରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶନିବାର ପୂର୍ବାହ୍ଣରେ ଚଢ଼ଉ କରାଯାଇଥିଲା। ସେହିପରି ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ଏବଂ କଳିଙ୍ଗନଗରରେ ଥିବା ବାସଗୃହରେ ମଧ୍ୟ ଏକକାଳୀନ ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଜଜ୍‍ଙ୍କ ୱାରେଣ୍ଟ ବଳରେ ଏହି ଚଢ଼ଉ କରାଯାଇଛି। ତାଙ୍କ ପାଖରୁ ପ୍ରାୟ ୩ଲକ୍ଷ ୫୫ହଜାର ନଗଦ ଅର୍ଥ ଜବତ କରାଯାଇଛି। ରାମେଶ୍ୱରସ୍ଥିତ ବଜାରରେ ତାଙ୍କର ଥିବା ମାର୍କେଟ କଂପ୍ଲେକ୍‌ସ ଓ ଦୁର୍ଗାପୁରସ୍ଥିତ ବାସଭବନରୁ କେତେକ କାଗଜପତ୍ର ଭିଜିଲାନ୍ସ ଅଧିକାରୀମାନେ ଜବତ କରିଛନ୍ତି।

Comments are closed.