ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆର ଏଣ୍ଡ ବି ଡ଼ିଭିଜନ-୫ର ସହକାରୀ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଥିବା  ଜଣାପଡିଛି। ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗେରେ ମୋଟ ୫ଟି ସ୍ଥାନରେ ଚଢାଉ କରାଯାଇଛି। ଭୁବନେଶ୍ଵର ଭିଜିଲାନ୍ସ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ଵରେ ଏହି ଚଢାଉ କରାଯାଇଛି। ଗୌଡ଼ଙ୍କ କାର୍ଯ୍ୟାଳୟ ସମେତ ଭୁବନେଶ୍ଵର ଘରେ ଚଢାଉ କରାଯାଇଛି। ଗଞ୍ଜାମ ସ୍ଥିତ ପୈତୃକ ଘର ଏବଂ ଶ୍ଵଶୁର ଘରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରହିଛି।

Comments are closed.