ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ସୋନପୁର: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲୀ ବ୍ଲକ ଚେରୁପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି।‌ ଏକାକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି‌। ତାଙ୍କ ଅଫିସ, ସୋନପୁର ସହରର ସ୍ଥିତ ମଣିକେଶ୍ୱରୀ ପଡ଼ାରେ ଥିବା ତାଙ୍କ ଘରେ ଚଢାଉ ଜାରି ରହିଛି। ଏହି ଚଢାଉରେ ସମ୍ବଲପୁର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୧୮ଜଣିଆ ଟିମ‌ ସାମିଲ ଅଛନ୍ତି।

Comments are closed.