ଏସିଏଫ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ଉ : ଦେଢ଼ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ବର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିେଯାଗରେ ଭିଜିଲାନ୍ସ ପକ୍ଷରୁ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନର ସହକାରୀ ବନ୍ୟ ସଂରକ୍ଷକ(ଏସିଏଫ) ବିରାଜ େମାହନ ମହାନ୍ତିଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ବାଲେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବୁଧବାର ଶ୍ରୀ ମହାନ୍ତିଙ୍କ ଭୁବନେଶ୍ବରସ୍ଥିତ ବାସଭବନ, କଟକ, ଚାନ୍ଦବାଲି, ଯାଜପୁର ଟାଉନ, ଚାନ୍ଦବାଲିସ୍ଥିତ ଭଡ଼ାଘର, ପୈତୃକ ବାସଭବନ ସମେତ କାର୍ଯ୍ୟାଳୟ ଉପରେ ଏକସଙ୍ଗେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ କଟକରେ ତିନିମହଲା େକାଠାଘର, ଭୁବନେଶ୍ବରରେ ଦୁଇମହଲା ଘର, େଗାଟିଏ ଚାରିଚକିଆ ଯାନ, ତିନିଟି ଦୁଇଚକିଆ ଗାଡ଼ି, ବିଭିନ୍ନ ବ୍ୟାଙ୍କରେ ଜମା, ବୀମା କମ୍ପାନୀରେ ନିବେଶ କରିଥିବା ଜଣାପଡ଼ିଥିଲା। ଏଥିସହ ସୁନା ଓ ରୂପା ଅଳଙ୍କାର, ନଗଦ ଟଙ୍କା ଓ ଦାମୀ ଗୃହୋପକରଣ ଆଦି ଜବତ େହାଇଛି। ଶ୍ରୀ ମହାନ୍ତି ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୧କୋଟି ୪୮ଲକ୍ଷ ୩ ହଜାର ୭୩୬ଟଙ୍କା ଆକଳନ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।

Comments are closed.