ଲାଞ୍ଚନେଇ ଭିଜିଲାନ୍ସ ହାତରେ ଦୁଇ ବିଦ୍ୟୁତ କର୍ମଚାରୀ

ପୁରୀ : ପୁରୀ ଜିଲା ସାକ୍ଷୀଗୋପା ସ୍ଥିତ ସେସୁର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଦୁଇ ଜଣ ବିଦ୍ୟୁତ କର୍ମଚାରୀ ମଙ୍ଗଳବାର ଲାଞ୍ଚନେଉ ଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗିରଫ ହୋଇଥିବା ଦୁଇ କର୍ମଚାରୀ ହେଲେ କନିଷ୍ଠ ଯନ୍ତ୍ରୀ ବିଘ୍ନରାଜ ମହାନ୍ତି ଏବଂ ଲାଇନ ମ୍ୟାନ ଦେବୀ ପ୍ରସାଦ ନାୟକ।

ସୁଚନା ଅନୁଯାୟୀ, ଢେଙ୍କାନାଳ ଜିଲାର ସୁରେଶ ଚନ୍ଦ୍ର ଦାସ ନିଜ ଗ୍ରାମକୁ  ବିଦ୍ୟୁତ ନେବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ବିଦ୍ୟୁତ ବିଭାଗର ଦୁଇ କର୍ମଚାରୀ ୫ହଜାର ଟଙ୍କା ଲଞ୍ଚ ମାଗିଥିଲେ। ଖବର ପାଇ ଭିଜିଲାନ୍ସ ଅଫିସର ଘଟଣା ସ୍ଥଳରେ ପହଞ୍ଚି  ଉକ୍ତ ଟଙ୍କାକୁ ଜବତ କରିବା ସହ ସମ୍ପୃକ୍ତ ଦୁଇଜଣ କର୍ମାଚାରିକୁ ଗିରଫ କରିଛି।

Comments are closed.