ଲାଞ୍ଚ ନେଇ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ନିଲମ୍ବିତ

ଭିଜିଲାନ୍ସ ପକ୍ଷରୁ ବିଜୟ କେତନଙ୍କ ଅଫିସ ସହ ବାସଭବନରେ ଚଢାଉ

ଭୁବନେଶ୍ବର : ରଜ୍ୟ ସରକାର  ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ନିଳମ୍ବନ କରିଛନ୍ତି। ଲାଞ୍ଚ ନେବାବେଳେ ସେ   ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।  ବିଲ କରାଇବାକୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ସୋମବାର  ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ସୂଚନା ଅନୁଯାୟୀ, ଉଦ୍ୟାନ କୃଷି  ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ ପାସ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଜଣାପଡ଼ିଥିଲା। ଖବର ପାଇ  ଭିଜିଲାନ୍ସ  ତାଙ୍କୁ ଲାଞ୍ଚ ନେଉଥିବା ସମୟରେ ଧରିବା ସହ ତାଙ୍କ ଘର ଉପରେ ଚଢାଉ କରିଥିଲା। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଜୟ କେତନଙ୍କ ଅଫିସ ସହ ଅନ୍ୟ କେତେକ ସ୍ଥାନରେ ଚଢାଉ କରାଯାଇଥିଲା। ରାଜ୍ୟ ସରକାରଙ୍କ ମୋ ସରକାର ‌କାର୍ଯ୍ୟକ୍ରମ ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ନିଆଯାଇଥିବା ମତାମତ ସଂଗ୍ରହରୁ ସୂଚନା ପାଇ ଭିଜିଲାନ୍ସ ତାଙ୍କୁ ଟ୍ରାପ କରିଥିଲା। ପ୍ରାୟ ୧୦ଦିନ ହେବ ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା।

Comments are closed.