ବିଦ୍ୟାଳୟ ସୁରକ୍ଷା ସପ୍ତାହ

ଭୁବନେଶ୍ୱର : ‘ବିଦ୍ୟାଳୟ ସୁରକ୍ଷା ସପ୍ତାହ’ ପ୍ରତି ବିଦ୍ୟାଳୟରେ ସପ୍ତାହ ବ୍ୟାପି ଜୁଲାଇ ମାସ ପ୍ରଥମ ସପ୍ତାହରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ପାଳନ କରାଯାଉଛି। ଏହି ସପ୍ତାହ ମଧ୍ୟରେ ବିଦ୍ୟାଳୟରଛାତ୍ରଛାତ୍ରୀ / ଅନ୍ତେବାସୀମାନେ କିପରି ଭାବେ ସୁରକ୍ଷିତ ରହିପାରିବେ ସେ ସମସ୍ତ ବିଷୟକୁ ଆଲୋଚନାର ପରିସରକୁ ନିଆଯାଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଦ୍ୟାଳୟ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରର ସୁରକ୍ଷା ଯାଞ୍ଚ, ବିଦ୍ୟାଳୟ ଗୃହ ସଂରଚନାତ୍ମକ ଓ ଅଣ-ସଂରଚନାତ୍ମକର ସମୀକ୍ଷା, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଶୌଚାଳୟର କାର୍ଯ୍ୟକ୍ଷମତା ଯାଞ୍ଚ, ଅଗ୍ନିନିର୍ବାପକ ଯନ୍ତ୍ରର କାର୍ଯ୍ୟକ୍ଷମତା ଯାଞ୍ଚ, ବିଦ୍ୟାଳୟ ହତା ସଫେଇ କାର୍ଯ୍ୟକ୍ରମ କରାଇବା, ବିଷାକ୍ତ/ଜ୍ୱଳନଶୀଳ ସାମଗ୍ରୀର ଉଚିତ ରକ୍ଷଣବ୍ୟବସ୍ଥା, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ସମ୍ବନ୍ଧୀୟ ତାଲିମ, ମକ୍‌ ଡ୍ରିଲ୍‌ ଓ ଆବଶ୍ୟକ ସ୍ଥଳେ ମରାମତିର ବ୍ୟବସ୍ଥା ଇତ୍ୟାଦି ବିଷୟରେ ପଦକ୍ଷେପ ଗ୍ରହଣ କରାଯାଉଛି।

Comments are closed.