ଭିଡିଓ ଚାଟିଂର କୁପ୍ରଭାବ

କରୋନା ମହାମାରୀ କାରଣରୁ ପ୍ରମୁଖ କମ୍ପାନୀ ସହ ବିଦ୍ୟାଳୟ-ମହାବିଦ୍ୟାଳୟ ସ୍ତରରେ ଏବେ ଅନ୍-ଲାଇନ୍ କାମକୁ ଗୁରୁତ୍ବ ଦିଆଯାଉଛି। ଅଧିକାଂଶ କମ୍ପାନୀ ଭିଡ଼ିଓ ଚାଟିଂ ଜରିଆରେ ସମସ୍ତ କର୍ମଚାରୀଙ୍କୁ ଏକଜୁଟ କରାଇ କାମ କରାଉଥିବାର ପ୍ରକାଶ। ଲୋକେ ଘରେ ରହି ମଧ୍ୟ ଅନ୍-ଲାଇନ୍‌ରେ କାମ କରିବାରେ ହେଳା କରୁନାହାନ୍ତି। ଅନ୍ୟପାଖେ ଏଇ ଭିଡିଓ ଚାଟିଂ କାରଣରୁ କେତେଜଣଙ୍କ ଠାରେ ସ୍ବାସ୍ଥ୍ୟଗତ ଅସୁବିଧା ଦେଖାଗଲାଣି। ନିକଟରେ ନେଦରଲ୍ୟାଣ୍ଡର ବିଶେଷଜ୍ଞ ଦଳ ଅନ୍-ଲାଇନ୍ ସର୍ବେକ୍ଷଣ କରି ତଥ୍ୟ ପ୍ରକାଶ କରିଛନ୍ତି।

– ଘଣ୍ଟାଘଣ୍ଟା ଧରି ଭିଡିଓ ଚାଟିଂ କରାଯିବା କାରଣରୁ ଲୋକଙ୍କ ଆଖିରେ ଅସୁବିଧା ଉପୁଜୁଥିବାର ଦେଖାଯାଇଛି। ଆଖି ବିନ୍ଧା, ଅନବରତ ପାଣି ବାହାରିବା ସମସ୍ୟା କାରଣରୁ ଅଧିକ ସମୟ ଭିଡିଓ କଲ୍‌ରେ ରହିବାକୁ କେତେଜଣ ଉଚିତ୍ ମଣୁନାହାନ୍ତି। ହେଲେ କମ୍ପାନୀର କାର୍ଯ୍ୟକାରୀ ନିୟମ ବିରୋଧରେ ଯିବା ପାଇଁ ଏଇ ପରିସ୍ଥିତିରେ ସାହସ ମଧ୍ୟ କରିପାରୁନଥିବାର କହିଛନ୍ତି।

-କାର୍ଯ୍ୟାଳୟରେ କାମ କରିବାର ଶୈଳୀ ପ୍ରକୃତରେ ଭିନ୍ନ। ହେଲେ ଏଇ ଭିଡିଓ ଚାଟିଂ କାମରେ ମସ୍ତିଷ୍କ ଉପରେ ଅଧିକ ଜୋର୍ ଦେବାକୁ ପଡ଼େ। ଯାହା କାରଣରୁ ଜଣେ ବ୍ୟକ୍ତିକୁ ଶୀଘ୍ର ଥକ୍କା ଲାଗୁଥିବାର ବିଶେଷଜ୍ଞଙ୍କ ମତ।

-ଭିଡିଓ ଚାଟିଂରେ ଆମ ମସ୍ତିଷ୍କ କୋଷିକାଗୁଡ଼ିକ ସକ୍ରିୟ ରହୁଥିବାବେଳେ ଲ୍ୟାପଟପ୍ ଓ ଟାବଲେଟ୍‌ରୁ ବାହାରୁଥିବା ରଶ୍ମି ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ। ବିଶେଷଜ୍ଞଙ୍କ ମତରେ ଏଇ କାର୍ଯ୍ୟଶୈଳୀରେ ଚାପକୁ କମ୍ କରିବାର ଉପାୟ ହେଉଛି କାମ ମଝିରେ ଆଖି ବନ୍ଦ କରି କିଛି ସମୟ ବିଶ୍ରାମ ନେଲେ ହିଁ ଆପଣଙ୍କୁ ଆରାମ ଲାଗିବ।

Comments are closed.