ସ୍ବର୍ଣିମ ବିଜୟ ବର୍ଷ ପାଳନ ଅବସରରେ ବିଜୟ ଦୌଡ

ଗୋପାଳପୁର : ଶୁକ୍ରବାର ସକାଳେ ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜ ପରିସରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ ବିଜୟ ଦୌଡର ଆୟୋଜନ କରାଯାଇଥିଲା । ଏହି ଦୌଡକୁ ଏଭିଏସେମ କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ସତିନ୍ଦ୍ର ସିଂହ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଦୌଡ କାର୍ଯ୍ୟକ୍ରମରେ ଆର୍ମି ଏଡି କଲେଜ ପରିସରରେ ରହୁଥିବା ୪୪୭ ସୈନିକ ଏବଂ ୨୫୪ ପରିବାର ସଦସ୍ୟ ଅଂଶଗ୍ରହଣ କରିଥିଲେ । ଦୌଡରେ ପ୍ରଥମ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

Comments are closed.