ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ଅଗଷ୍ଟ ୬ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ। ଏଥିସହ ସେହିଦିନ ହିଁ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏନେଇ ବୁଧବାର ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ।  ଅଗଷ୍ଟ ୧୦ ତାରିଖରେ ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଉପରାଷ୍ଟ୍ରପତି ନିର୍ବାଚନ ନେଇ ଜୁଲାଇ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ।

ସୂଚନାଯୋଗ୍ୟ, ଅଗଷ୍ଟ ୬ ତାରିଖ ସକାଳ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଚାଲିବ। ସେହିଦିନ ନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବ। ଏହାର ଚାରି ଦିନ ପୂର୍ବରୁ ନୂତନ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ।

Comments are closed.