ଭାଇସ ଆଡମିରାଲ ଆର ହରି କୁମାର ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ନୌବାହିନୀର ପରବର୍ତ୍ତୀ ମୁଖ୍ୟ ହେବେ ଭାଇସ ଆଡମିରାଲ ଆର ହରି କୁମାର । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି । ସେ ଚଳିତ ମାସ ୩୦ ତାରିଖରେ ଆଡମିରାଲ କରମବୀର ସିଂଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିବେ । ସୂଚନାଯୋଗ୍ୟ ଯେ ଭାଇସ ଆଡମିରାଲ କୁମାରଙ୍କର ଆଇଏନଏସ ନିଶଙ୍କ, ଆଇଏନଏସ କରଭେଟ, ଆଇଏନଏସ କୋରା, ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଆଇଏନଏସ ରଣବୀର ଏବଂ ମିସାଇଲ କରଭେଟ ଆଦିରେ କାର୍ଯ୍ୟ କରିବାର ୩୯ ବର୍ଷର ଅଭିଜ୍ଞତା ରହିଛି । ସଂପ୍ରତି ସେ ପଶ୍ଚିମ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ୍‍ ଚିଫ ଭାବରେ କାର୍ଯ୍ୟରତ ଅଛନ୍ତି ।

Comments are closed.