ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ, ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର : ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗତ କିଛି ମାସ ହେବ ଡାଇବେଟିସ୍ ଜନିତ‌ ରୋଗରେ ଆକ୍ରାନ୍ତ ଥିଲେ ବିଜୟ ମହାନ୍ତି । ଏହାପରେ ତାଙ୍କର ଏକ ଛୋଟ ଅପରେସନ୍‌ କରାଯାଇଥିଲା । ଏଥିରେ ସେ ସୁସ୍ଥ ହୋଇଥିଲେ । ତେବେ ଗତ ସନ୍ଧ୍ୟାରେ ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ହୃଦ୍‌ଘାତ ସମସ୍ୟା ଦେଖା ଦେଇଦେଇଥିଲା । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ଦେଇଛନ୍ତି ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦନ ଶ୍ରୀତମ ଦାସ । ଓଲିଉଡର ଜଣେ ଆଗଧାଡିର ଅଭିନେତା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଓଲିଉଡର ସମସ୍ତ କଳାକାର ।

 

Comments are closed.