ବର୍ଷିଆନ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ୮୫ ବର୍ଷ ବୟସରେ ପରଲୋକ

ବର୍ଷିଆନ ଅଭିନେତା ତଥା ଦାଦାସାହେବ ଫାଲକେ ପୁରସ୍କାର ପ୍ରାପ୍ତ ସୌମିତ୍ର ଚାଟାର୍ଜୀଙ୍କ ଆଜି କୋଲକାତାର ଏକ ନର୍ସିଂହୋମରେ ଦେହାନ୍ତ ହୋଇଛି। ସେ ୮୫ ବର୍ଷ ବୟସରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଗତମାସ ୬ରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ପରେ ତାଙ୍କୁ କୋଭିଡ ନେଗେଟିଭ ଘୋଷିତ କରାଯାଇଥିଲା। କିନ୍ତୁ ସେ ଅନ୍ୟ ରୋଗରେ ଶିକାର ହୋଇଥିଲେ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ଚାଟାର୍ଜୀ ଅଲ ଇଣ୍ଡିଆ ରେଡିଓ କୋଲକାତାରେ ଘୋଷକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ପ୍ରଥମେ ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶିତ ‘ଆପୁର ସଂସାର’ରେ ଅଭିନୟ କରିଥିଲେ। ସେ ଅସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରାୟ ବଡ ଏବଂ ଛୋଟ ପରଦାରେ ସକ୍ରିୟ ଥିଲେ। ତାଙ୍କୁ ବଙ୍ଗଳାର ସାଂସ୍କୃତିକ ମଞ୍ଚର ଏକ ଆଇକନ୍ ଭାବରେ ବିବେଚନା କରାଯାଏ। ସେ ଦେଶ ତଥା ବିଦେଶରେ ଅନେକ ପୁରସ୍କାର ଜିତିଥିଲେ ଯେଉଁଥିରେ ପଦ୍ମ ଭୂଷଣ ଏବଂ ସର୍ବୋଚ୍ଚ ଫ୍ରାନ୍ସର ନାଗରିକ ପୁରସ୍କାର ଲେଜିଅନ୍ ଅଫ୍ ଅନର ଅନ୍ତର୍ଭୁକ୍ତ।

Comments are closed.