ଅଫେରା ରାଇଜକୁ ଚାଲିଗଲେ ପ୍ରସିଦ୍ଧ ହିନ୍ଦୀ ଓ ମରାଠୀ ଅଭିନେତା ରବି ପଟବର୍ଧନ

୮୪ ବର୍ଷ ବୟସରେ ମୁମ୍ବାଇରେ ପରଲୋକ, ହୃଦଘାତରେ ମୃତ୍ୟୁ ସନ୍ଦେହ

ମୁମ୍ବାଇ: ପରଲୋକରେ ପଟବର୍ଧନ । ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ତାଙ୍କର ମୁମ୍ବାଇରେ ପରଲୋକ ଘଟିଛି । ଶନିବାର ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ହେତୁ ତାଙ୍କୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ରତାଙ୍କ ସ୍ଥିତିରେ ଉନ୍ନତି ଘଟି ନ ଥିଲା । ଗତ ମାର୍ଚ ମାସରେ ସେ ହୃଦଘାତରେ ପୀଡ଼ିତ ହୋଇଥିଲେ ଓ ସମ୍ଭବତଃ ପୁନଃ ହୃଦଘାତରେ ତାଙ୍କର ପରଲୋକ ଘଟିଥାଇପାରେ ବୋଲି କୁହାଯାଉଛି ।

ରବି ପଟବର୍ଧନ ହିନ୍ଦୀ ଚଳଚିତ୍ର  “ତେଜାବ”, “ନରସିଂହ”, “ଚାମତକର”, “ତକ୍ଷକ”, “ଯଶୱନ୍ତ”, “ପ୍ରତିଘାତ”, “ମୁଜରିମ୍”, “ ହପ୍ତାବନ୍ଦ”, “ସାଲାଖେଁ”, “ ଯୁଗପୁରୁଷ ପରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହିପରି  ରାଜୁ ବନଗୟା ଜେଣ୍ଟଲମ୍ୟାନରେ ମଧ୍ୟ ସେ ଚରିତ୍ର ଅଭିନେତା ଭାବରେ ଆସିଥିଲେ ।

ସତୁରି ଦଶକର ଶେଷ ଭାଗରୁ ପଟ୍ଟବର୍ଧନ ହିନ୍ଦୀ ଫିଲ୍ମରେ ପ୍ରବେଶ କରିଥିଲେ । ସେତେବେଳକୁ ସେ  ମରାଠୀ ସିନେମା ଏବଂ ଟେଲିଭିଜନରେ ଏକ ପରିଚିତ ଚେହେରା ଭାବେ ପରିଚିତ ହୋଇ ସାରିଥିଲେ । ସାଧାରଣତ। ସେ ଓକିଲ, ବିଚାରପତି, ଗାଁ ମୁଖିଆ, ପୁଲିସ କିମ୍ବା ପରିବାରର ବୟସ୍କ ବ୍ୟକ୍ତି ଭାବରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।

ମରାଠୀ ଫିଲ୍ମ  “ଉମ୍ବର୍ଥା”, “ମାଫିଚା ସାକ୍ସିଦାର”, “ସାଗଲିକେଡ୍ ବମ୍ବେମ୍”, “ମଧୁଚନ୍ଦ୍ରଚନ୍ଦ୍ର ରାତ୍ର”, “ଏଜା ବେଜା ତେଜା”, “ଦେ ତାଲି”, “ଭର୍ଲା ହା ମଲାଭତ୍ ରାକ୍ଟାନ୍”, “ସୁଭାଶିନିଚି ହାଏ ସତ୍ୟପରିକ”,  ଲଣ୍ଡନ ଚା ଜାୱାଇ ” ପରି ଫିଲ୍ମରେ ସେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି । ଉଭୟ ହିନ୍ଦୀ ଓ ମରାଠୀରେ ସେ ୨୦୦ରୁ ଅଧିକ ଫିଲ୍ମ ସହ ୧୫୦ରୁ ଅଧିକ ନାଟକରେ ସେ ଅଭିନୟ କରିଛନ୍ତି ।

Comments are closed.