ଭେଣ୍ଡିଂ ଜୋନ ନିର୍ମାଣ ନେଇ ଦାବୀ ପତ୍ର ଦେଲେ ଦୁଇ ବଣିକ ସଂଘ

ଗଞ୍ଜାମ: ଗଞ୍ଜାମ ସହର ମଧ୍ୟରେ ଦୀର୍ଘ ଦିନ ହେଲା ଭେଣ୍ଡିଂ ଜୋନ ନିର୍ମାଣ ନହେବା ଯୋଗୁଁ ଉଠା ଦୋକାନୀମାନେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଫଳରେ ଏନେଇ ଗୁରୁବାର ଦିନ ବଡ଼ ବଜାର ବଣିକ ସଂଘ ଓ଼ ମାଆ ନାରାୟଣୀ ବଣିକ ସଂଘ ସାନ ବଜାରର କର୍ମକର୍ତାମାନେ ଏନଏସିର ପ୍ରଶାସକ ତଥା ଛତ୍ରପୁର ଉପ ଜିଲ୍ଲାପାଳ ଓ଼ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଜଣାଇଛନ୍ତି । ଏହି ବିଷୟରେ ଆଲୋଚନା ମଧ୍ୟ କରିଥିଲେ। ଏଥିରେ ବଡ଼ ବଜାର ବଣିକ ସଂଘ ସଭାପତି ଶଙ୍କର ବାରିକ, ସମ୍ପାଦକ କାଁହୁ ପଣ୍ଡା, ସାନବଜାର ବଣିକ ସଂଘ ସଭାପତି ସୁଧୀର ପାଢ଼ୀ, ବାବୁଲା ପଣ୍ଡା ପ୍ରମୁଖ ଆଲୋଚନା କରଥିଲେ। ଏକ ମାସ ମଧ୍ୟରେ ଏହି କାର୍ଯ୍ୟ କରାଯିବ ବୋଲି କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରତିଶୃତି ଦେଇଥିଲେ।

ସୂଚନା ଯୋଗ୍ୟ ଯେ, ଗଞ୍ଜାମ ସହରରେ ବହୁ ଉଠା ଦୋକାନୀ ଭେଣ୍ଡି ଜୋନ ନହେବା ଯୋଗୁଁ ଘୋର ଅସୁବିଧା ମଧ୍ୟରେ ରହିଛନ୍ତି। କାରଣ ସହରର ରାସ୍ତା ସାମ୍ପ୍ରସାରଣ ବେଳେ ସେମାନଙ୍କ ଦୋକାନ ସବୁ ଭଙ୍ଗା ଯାଇଥିଲା । କିନ୍ତ ଇତି ମଧ୍ୟରେ ଦେଢ଼ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଗଲା ଭେଣ୍ଡି ଜୋନ ନିର୍ମାଣ ହେଲା ନାହିଁ । କେବଳ ସ୍ଥାନ ଚିହ୍ନଟ ବାରମ୍ବାର ହେଲା କିନ୍ତ ନିର୍ମାଣ ହେଲା ନାହିଁ ଭେଣ୍ଡି ଜୋନ। ଯାହାକୁ ନେଇ ବଣିକ ସଂଘ ସଦସ୍ୟମାନେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ।

Comments are closed.