ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭେଣ୍ଡି ଜୋନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମଙ୍ଗଳବାର ସାନ ବଜାର ଶନି ମନ୍ଦିର ନିକଟରେ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଭେଣ୍ଡି ଜୋନ ସାନ ବଜାର, ବଡ଼ ବଜାର ଏବଂ ମାଛ ବଜାରରେ ନିର୍ମାଣ ହେବ ବୋଲି ଯୋଜନା କରାଯାଇଛି। କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋନତ କୁମାର, କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ଠିକାଦାର ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଭେଣ୍ଡିଂ ଜୋନ ନିର୍ମାଣ କାମ ଖୁବ ଶୀଘ୍ର ଶେଷ ହେବ ବୋଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦୀର୍ଘ ଦିନ ହେଲା ଭେଣ୍ଡି ଜୋନ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏହାର କାର୍ଯ୍ୟନ୍ବୟନ ନେଇ ବିଳମ୍ବ ଘଟିଥିଲା। ଏହାଦ୍ବାରା ଉଠା ଦୋକାନୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏନେଇ ସହରର ଦୁଇଟି ବଣିକ ସଙ୍ଘ ପକ୍ଷରୁ ମଧ୍ୟ୍ୟ ଯଥା ଶୀଘ୍ର ନିର୍ମାଣ ନେଇ ବିଭିନ୍ନ ସମୟରେ ଦାବୀ କରାଯାଇଥିଲା।

Comments are closed.