ପ୍ରତିଶୃତିର ଦୁଇ ମାସ ବିତିଲା; ହେଲାନି ଭେଣ୍ଡିଂ ଜୋନ ନିର୍ମାଣ

ଗଞ୍ଜାମ: ଗଞ୍ଜାମ ସହର ମଧ୍ୟରେ ଦୀର୍ଘ ଦିନ ହେଲା ଭେଣ୍ଡିଂ ଜୋନ ନିର୍ମାଣ ନ ହେବା ଯୋଗୁଁ ଉଠା ଦୋକାନୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଗତ ସେପ୍ଟେମ୍ବର ମାସରେ ଗଞ୍ଜାମର ଦୁଇ ବ୍ୟବସାୟୀ ସଙ୍ଘ ପକ୍ଷରୁ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଦାବିପତ୍ର ଦିଆଯାଇଥିଲା। କିନ୍ତୁ ଇତି ମଧ୍ୟରେ ଦୁଇ ମାସ ବିତିଗଲା କିନ୍ତୁ ସେହି କାର୍ଯ୍ୟ ଆରମ୍ଭ ହେଲାନାହିଁ। ଫଳରେ ଏନେଇ ବଡ଼ ବଜାର ବଣିକ ସଙ୍ଘ ଓ଼ ମା ନାରାୟଣୀ ବଣିକ ସଙ୍ଘ ସାନ ବଜାରର କର୍ମକର୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ଯଦି ଭେଣ୍ଡିଂ ଜୋନ ନ ହୁଏ ତାହେଲେ ବାଧ୍ୟ ହୋଇ ସଙ୍ଘ ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହା ପୂର୍ଵରୁ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଶାସକ ତଥା ଛତ୍ରପୁର ଉପ ଜିଲ୍ଲାପାଳ ଓ଼ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ସଙ୍ଘ ଜଣାଇଥିଲେ। ଏହି ବିଷୟରେରେ ଆଲୋଚନା ମଧ୍ୟ କରିଥିଲେ। ଏକ ମାସ ମଧ୍ୟରେ ଏହି କାର୍ଯ୍ୟ କରାଯିବ ବୋଲି ସେତେବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ହେଲା ନାହିଁ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ସହରରେ ବହୁ ଉଠା ଦୋକାନୀ ଭେଣ୍ଡିଂ ଜୋନ ନହେବା ଯୋଗୁଁ ଘୋର ଅସୁବିଧା ମଧ୍ୟରେ ରହିଛନ୍ତି। କାରଣ ସହରର ରାସ୍ତା ସମ୍ପ୍ରସାରଣ ବେଳେ ସେମାନଙ୍କ ଦୋକାନ ସବୁ ଭଙ୍ଗା ଯାଇଥିଲା। କିନ୍ତୁ ଇତି ମଧ୍ୟରେ ଦେଢ଼ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଗଲା ଭେଣ୍ଡିଂ ଜୋନ ନିର୍ମାଣ ହେଲା ନାହିଁ। କେବଳ ସ୍ଥାନ ଚିହ୍ନଟ ବାରମ୍ବାର ହେଲା କିନ୍ତୁ ନିର୍ମାଣ ହେଲା ନାହିଁ ଭେଣ୍ଡିଂ ଜୋନ। ଯାହାକୁ ନେଇ ବଣିକ ସଙ୍ଘ ସଦସ୍ୟମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।

Comments are closed.