ପ୍ରଦୂଷଣ କମିଛି – ପରିବେଶ ମନ୍ତ୍ରୀ ପ୍ରକାଶ ଜାବ୍‍ଡେକର

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବ୍‍ଡେକର କହିଛନ୍ତି, ୨୦୨୦ରୁ ଭାରତ ଷ୍ଟେଜ୍‍-୬ ନିର୍ଗମନ ଆଇନ କାର୍ଯ୍ୟକାରୀ ହେଲେ ଯାନବାହନ ଜନିତ ପ୍ରଦୂଷଣ ହାର ଶତକଡ଼ା ୨୮ରୁ ୩୦ ଭାଗ ହ୍ରାସ ପାଇବ। ନୂଆଦିଲ୍ଲୀରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଉଦବୋଧନ ଦେବା ଅବସରରେ ଜାବ୍‍ଡେକର କହିଛନ୍ତି, ବି.ଏସ୍‍-୬ ନିୟମ ଭିତ୍ତିକ ଯାନଗୁଡ଼ିକ ୨୦୨୦ ମସିହାରୁ ଦେଶରେ ଉପଲବ୍ଧ ହେବ। ସେ କହିଛନ୍ତି, ବାୟୁ ପ୍ରଦୂଷଣ ବିଶ୍ୱ ସ୍ତରରେ ଆହ୍ୱାନ ଭାବେ ଉଭା ହୋଇଥିବାରୁ ସବୁ ପକ୍ଷଗୁଡ଼ିକ ଏହାକୁ ସମ୍ମିଳିତଭାବେ ମୁକାବିଲା କରିବାର ଆବଶ୍ୟକତା ରହିଛି। ଏହାର ସଠିକ କାର୍ଯ୍ୟକାରିତା ଦିଗରେ ପ୍ରାୟ ୬୦ ହଜାର କୋଟି ଟଙ୍କା ନିବେଶ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ପରିବେଶ ମନ୍ତ୍ରୀ କହିଛନ୍ତି, ସରକାରଙ୍କ ପଦକ୍ଷେପ ଫଳରେ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତରରେ ସୁଧାର ଆସିପାରିଥିବା ସେ କହିଛନ୍ତି। ୨୦୧୪ରେ ଏହି ସ୍ଥର ୩୦୦ ଥିଲା ବେଳେ ୨୦୧୮ରେ ଏହା ୨୦୬କୁ ହ୍ରାସ ପାଇଛି। ଏହା ଆହୁରି ହ୍ରାସ ପାଇବ ବୋଲି ସେ କହିଛନ୍ତି।

ପରିବେଶ ରାଷ୍ଟ୍ରମନ୍ତ୍ରୀ ବବୁଲ୍‍ ସୁପ୍ରିୟୋ ପୃଥିବୀକୁ ନିରାପଦ କରିବାପାଇଁ ନିଜକୁ ସଂଶ୍ଳିଷ୍ଟ କରିବା ଦିଗରେ ପ୍ରୟାସୀ ହେବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି।

Comments are closed.