ନୂଆ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଗାଡ଼ି ପଞ୍ଜୀକରଣ

ଭୁବନେଶ୍ବର: ଜଣେ ଗାଡ଼ି କିଣିବାବେଳେ ଡିଲର ଅନଲାଇନରେ ଆବେଦନ କରିବେ। ଆବଶ୍ୟକ କାଗଜପତ୍ର ସ୍କାନ କରି ତାଙ୍କର ଡ଼ିଜିଟାଲ ଦସ୍ତଖତରେ ଡ଼କୁମେଣ୍ଟ ଅପଲୋଡ଼ କରିବେ। ଟିକସ ଦେବା ମାତ୍ରେ ପଞ୍ଜୀକରଣ ନମ୍ବର ସ୍ବୟଂଚାଳିତ ଭାବେ ଆସିଯିବ। ଏଥିପାଇଁ କୌଣସି କାଗଜ ଦାଖଲ କରିବାକୁ ହେବନାହିଁ କିମ୍ବା କାହାରିକ ଆରଟିଓ ଅଫିସକୁ ଦୌଡ଼ିବାକୁ ପଡ଼ିବନାହିଁ। ନିଜେ କୌଣସି ଆରଟିଓ ଅଫିସକୁ ନଯାଇ ରାଜ୍ୟର ଯେ କୌଣସି ଆରଟିଓ ଅଫିସରେ କ୍ରେତା ଗାଡ଼ି ପଞ୍ଜୀକରଣ କରିବାର ସୁଯୋଗ ପାଇପାରିବେ।

୫-ଟିରେ ପରିବର୍ତ୍ତିତ ସେବା ସୁବିଧା: ବର୍ଷକୁ ବଞ୍ଚିବ ୧ କୋଟି ପୃଷ୍ଠାର କାଗଜ
ପେପରଲେସ: ଡକୁମେଣ୍ଟ ଗୁଡ଼ିକ ଇଲେକଟ୍ରୋନିକ୍ସ ଫର୍ମରେ ଦାଖଲ ହେବ। ଏହାଦ୍ବାରା ବର୍ଷକରେ ୧ କୋଟି ପୃଷ୍ଠାର କାଗଜ ବଞ୍ଚାଇହେବ, ଯାହାକି ବାର୍ଷିକ ୧୦୦୦ ଗଛ ରକ୍ଷା କରିବା ସହିତ ସମାନ।
କଣ୍ଟାକ୍ଟଲେସ: କାଗଜପତ୍ର ଦାଖଲ ଓ ଯାଞ୍ଚ ପାଇଁ ଆରଟିଓ ଅଫିସ ଯିବାରୁ ମୁକ୍ତି ମିଳିବ। ପୂରା ବ୍ୟବସ୍ଥା କଣ୍ଟାକ୍ଟଲେସ ହୋଇପାରିବ।
ଅଧିପ୍ରମାଣ (ଅଥେନଣ୍ଟିକେସନ): ଅପଲୋଡ଼ ହେଉଥିବା କାଗଜପତ୍ର ଡିଲରଙ୍କ ଡିଜିଟାଲ ଦସ୍ତଖତ ଦ୍ବାରା ଅଧିପ୍ରମାଣ ବା ଅଥେନଟିକ ହୋଇପାରିବ।
ଅଟୋ ଆସାଇନମେଣ୍ଟ: ଡିଲର ପଏଣ୍ଟରେ ଟିକସ ପ୍ରଦାନ ପରେ ଅନଲାଇନ ବ୍ୟବସ୍ଥାରେ ପଞ୍ଜୀକରଣ ନମ୍ବର ସ୍ବୟଂକ୍ରିୟ ଭାବେ ବାହାରି ପାରିବ।

Comments are closed.