ଗାଡି ଯାଞ୍ଚ ନାଁରେ ପୁଲିସର ଦାଦାଗିରି ; ଯୁବତୀକୁ ମାଡ଼ ମାରିବା ଅଭିଯୋଗ, ଗୁରୁତର ପିଆରଏମକୁ ସ୍ଥାନାନ୍ତର

କଳାବାଡିଆ : ଗାଡି ଯାଞ୍ଚ ନାଁରେ କୁଳିଅଣା ପୁଲିସର ଦାଦାଗିରି ଅଭିଯୋଗ ହୋଇଛି। ଯାଞ୍ଚ ସମୟରେ ଯୁବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଗୁରୁତର ଅବସ୍ଥାରେ ପିଆରଏମ କୁ ସ୍ଥାନନ୍ତର ହୋଇଛନ୍ତି । ସୂଚନା ଅନୁସାରେ କୁଳିଅଣା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥରେ ନୂତନ ନିର୍ମିତ ହେଇଥିବା ଟୋଲ ଗେଟ ନିକଟରେ କୁଳିଆଣା ପୁଲିସ ଦ୍ୱାରା ହେଲମେଟ ଯାଞ୍ଚ ବେଳେ ବାରିପଦା ପଟୁ ବାଇକରେ ଆସୁଥିବା ବିଶୋଇ ଅଂଚଳର ସୁଦାନ ବାସ୍କେ ଏବଂ ଆଲଦି ବାସ୍କେ ଯାଞ୍ଚ ପାଇଁ ଅଟକି ଗାଡି ରଖୁଥିଲେ। ଏହି ସମୟରେ କାର୍ୟ୍ୟରତ ପୁଲିସ ଉତ୍ୟକ୍ତ ହେଇ ହାତରେ ଥିବା ବାଡ଼ିରେ ଆକ୍ରମଣ କରିଥିଲେ । ଫଳରେ ବାଇକ ଆରୋହୀ ଦୁହେଁ ବାଇକରୁ ଖସି ପଡି ଗୁରୁତର ହେଇଛନ୍ତି। ସଂଗେସଂଗେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଜମା ହେଇ ୧୦୮ଆମ୍ବୁଲାନ୍ସ ଦ୍ୱାରା ଗୁରୁତରଙ୍କୁ ବାରିପଦା ସ୍ଥିତ ପିଆରଏମ କୁ ପଠାଇଥିଲେ। ପୁଲିସ ସେଠି ଥାଇ ମଧ୍ୟ ନିରବ ଦ୍ରଷ୍ଟା ସାଜିଥିଲା।

Comments are closed.