ଉପନିର୍ବାଚନ ପାଇଁ ଗାଡିମୋଟର ଯାଞ୍ଚ କଡାକଡି

ପିପିଲି : ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ଗାଡିମୋଟର ଯାଞ୍ଚକୁ ଅଧିକ କଡାକଡି କରାଯାଇଛି । ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ଟୋଲ୍‍ଗେଟ୍‍ ଠାରେ ୨୪ଘଣ୍ଟିଆ ପୁଲିସ ଚେକିଂ ବ୍ୟବସ୍ଥା କରାଯାଇଛି । ସେଠାରେ ଏକ ପ୍ଲାଟୁନ୍‍ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ପୁଲିସ ଅଧିକାରୀମାନେ ରାସ୍ତାରେ ଯାଉଥିବା ଗାଡିମୋଟରକୁ ଯାଞ୍ଚ ଚଳାଇଥିବା ସୂଚନା ମିଳିଛି ।  ପିପିଲିକୁ ପ୍ରବେଶ କରୁଥିବା ଓ ପିପିଲିରୁ ଯାଉଥିବା ସମସ୍ତ ଗାଡିମୋଟର ଉପରେ ପୁଲିସ ନଜର ରଖିବା ସହ ପେଷାଦାର ଅପରାଧିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବା ସୂଚନା ମିଳିଛି । ସେହିପରି ଷ୍ଟାଟିଷ୍ଟିକ୍‍ ସର୍ଭିଲାନ୍ସ ଟିମ୍‍-୨ର ଅଧିକାରୀ ଶରତ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ପିପିଲି-ନିମାପଡା ରାସ୍ତାର ଜଗନ୍ନାଥପୁର ଠାରେ ଓ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‍-୨ର ଅଧିକାରୀ ସୁବାଷ ଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ଦାଣ୍ଡମୁକୁନ୍ଦପୁର ଠାରେ ରାସ୍ତାରେ ଯାଉଥିବା ବାଇକ୍‍, ସ୍କୁଟର, କାର, ଜିପ ସମେତ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ଗାଡିର ଡିକି ଆଦିକୁ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି ।

Comments are closed.