ଜାଣନ୍ତୁ କେଉଁ ୫ଟି ସ୍ଥାନକୁ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ

ଜାଣତରେ ଅଜାଣତରେ ଆମ ଦ୍ୱାରା ଏପରି କିଛି ଭୁଲ ହୋଇଥାଏ, ଯାହା ବାସ୍ତୁ ଦୋଷର କାରଣ ହୋଇଥାଏ। କୁହାଯାଏ, ଗୃହରେ ବାସ୍ତୁ ଦୋଷ ରହିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା, ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମେତ ପାରିବାରିକ କଳହ ସୃଷ୍ଟି ହୋଇଥାଏ। ଏପରି କିଛି ସ୍ଥାନ ରହିଛି, ଯେଉଁଠାକୁ ଜୋତା, ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଏହାଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ଶାସ୍ତ୍ରରେ ଏପରି ୫ଟି ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି ଯେଉଁଠାକୁ ଜୋତା ଚପଲ ପିନ୍ଧି ଯିବା ଦ୍ୱାରା ଅଶୁଭ ଫଳ ମିଳିଥାଏ। ଜାଣନ୍ତୁ….
– ଭଣ୍ଡାର ଘର – ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭଣ୍ଡାର ଘର ଭିତରକୁ ଜୋତା-ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭ ଫଳ ମିଳିଥାଏ।
-ଆଲମିରାରେ କିଛି ଜିନିଷ ରଖିବାକୁ ଯିବା ବେଳେ ମଧ୍ୟ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଆଲମିରା ନିକଟକୁ ମଧ୍ୟ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଜୋତା-ଚପଲ ପିନ୍ଧି ଯିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରି ଥାଆନ୍ତି। ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।
– ବାସ୍ତୁ ଅନୁଯାୟୀ, ପବିତ୍ର ନଦୀ ନିକଟକୁ କଦାପି ଚପଲ ପିନ୍ଧିଯିବା ଉଚିତ ନୁହେଁ। ନଦୀରେ ସ୍ନାନ କରିବା ପୂର୍ବରୁ ଜୋତା, ଚପଲ , ଚମଡା ଜାତୀୟ ଜିନିଷ ଓହ୍ଲାଇଦେବା ଉଚିତ । ଏହାଦ୍ୱାରା ଘରେ ସୁଖଶାନ୍ତି ସର୍ବଦା ରହିଥାଏ।
– ରୋଷେଇ ଘରକୁ କଦାପି ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା’ଅନ୍ନପୂର୍ଣ୍ଣା କ୍ରୋଧ କରିଥାଆନ୍ତି। ଜାତକ ଓ ଜୀବନରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବା ସହ ଅଭାବ ପରିସ୍ଥିତି ଘରେ ଦେଖାଦେଇଥାଏ।
– ହିନ୍ଦୁ ଧର୍ମରେ ମନ୍ଦିର ଭଗବାନଙ୍କ ଘର ବୋଲି ମାନ୍ୟତା ରହିଛି। ତେଣୁ ମନ୍ଦିରକୁ ମଧ୍ୟ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ।

 

Comments are closed.