ଜାଣି ରଖନ୍ତୁ କିଛି ବାସ୍ତୁ ଉପାୟ

ଶୋଇବା ସମୟରେ ବହୁ ଲୋକ ବିଭିନ୍ନ ଜିନିଷ ତକିଆ ତଳେ ରଖି ଶୋଇବା ଅଭ୍ୟାସ ରହିଥାଏ। ବାସ୍ତୁ ଅନୁସାରେ ତକିଆ ପାଖରେ କିଛି ଜିନିଷ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରଭାବ ପଡିଥାଏ। ତେବେ ଆସନ୍ତୁ ଜାଣନ୍ତୁ କେଉଁ ସବୁ ଜିନିଷ ପ୍ରଭାବରେ ଦାମ୍ପତ୍ୟ ଜୀବନରେ ପ୍ରଭାବ ପଡିଥାଏ।
ପର୍ସ : ଶୋଇବା ସମୟରେ ତକିଆ ତଳେ ପର୍ସ ରଖନ୍ତୁ ନାହିଁ କାରଣ ଲକ୍ଷ୍ମୀଙ୍କ ବାସ ଟକିଆ ତଳେ ନୁହେଁ ଆଲମାରୀରେ ରହିଥାଏ। ତେଣୁ ପର୍ସକୁ ସବୁ ସମୟରେ ଆଲମାରୀରେ ରଖନ୍ତୁ। ଏହାଦ୍ୱାରା ଖର୍ଚ୍ଚ ବଢିବା ସହ ଦାମ୍ପତ୍ୟ ଜୀବନରେ ଝଗଡା ଆରମ୍ଭ ହୋଇଥାଏ।
ଔଷଧ : ବହୁଲୋକ ରାତିରେ ଔଷଧ ଖାଇବା ପରେ ତକିଆ ତଳେ ହିଁ ରଖିଥାନ୍ତି। ବାସ୍ତୁ ଅନୁସାରେ ଏହାର ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇଥାଏ।
ଚାବି : ଶୋଇବା ବିଝଣା ତଳେ ଚାବି ରଖିବେ ନାହିଁ। ବାସ୍ତୁ ଅନୁସାରେ ଏହାଦ୍ୱାରା ଟଙ୍କାର ଅଭାବ ଦେଖାଯାଇଥାଏ।
ଜୋତା : ଶୋଇବା ବିଝଣା ପାଖରେ ଜୋତା ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ।
ଜଳପୁର୍ଣ୍ଣ ପାତ୍ର : ଶୋଇବା ସମୟରେ କୌଣସି ଜଳପୁର୍ଣ୍ଣ ପାତ୍ର ପାଖରେ ରଖିବେ ନାହିଁ। ଏହା ଦାମ୍ପତ୍ୟ ଜୀବନରେ ପ୍ରଭାବ ପକାଇଥାଏ।

Comments are closed.