ଏହି ବାସ୍ତୁ ନିୟମ ଅନୁଯାୟୀ, ରଖନ୍ତୁ ଗୃହରେ ଆବଶ୍ୟକ ସାମଗ୍ରୀ

ବହୁ ସମୟରେ ଲୋକେ ଚିନ୍ତା କରିଥାଆନ୍ତି ଯେ ବାସ୍ତୁ ଅନୁଯାୟୀ ନିଜ ଘରର ଆସବାବପତ୍ର କେଉଁଠାରେ ରଖିବେ। କାରଣ ଘରର ଭୁଲ ଦିଗରେ ଜିନିଷ ରଖିବା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁ ଅନୁଯାୟୀ ଘରର ୪ଟି କୋଣ ରହିଛି। ଐଶାନ୍ୟ କୋଣ, ନୈରତ୍ୟ କୋଣ, ଆଗ୍ନେୟ କୋଣ ଓ ବାୟୁ କୋଣ।
– ଐଶାନ୍ୟ କୋଣ ଜଳ ଏବଂ ଭଗବାନ ଶିବଙ୍କ ସ୍ଥାନ, ଏହାସହ ଗୁରୁ ଗ୍ରହ ଏହି ଦିଗର ସ୍ୱାମୀ ଅଟନ୍ତି। ଐଶାନ୍ୟ କୋଣରେ ପୂଜା ଘର, ମାଠିଆ ଆଦି ରଖିବା ଶୁଭ।
– ଆଗ୍ନେୟ କୋଣ ଅଗ୍ନି ଏବଂ ମଙ୍ଗଳଙ୍କ ସ୍ଥାନ। ଏହା ସହ ଶୁକ୍ର ଗ୍ରହ ଏହି ଦିଗର ସ୍ୱାମୀ। ଏହି କୋଣରେ ରୋଷେଇ ଘର, ବୈଦୁତିକ ଉପକରଣ ଆଦି ରଖିବା ଉଚିତ।
– ବାୟୁ କୋଣ ବାୟୁର ସ୍ଥାନ। ଏହି ଦିଗର ସ୍ୱାମୀ ଚନ୍ଦ୍ର। ଏହି କୋଣରେ ଝରକା, ଘରର ବୈଠକ କକ୍ଷ ମଧ୍ୟ ରହିବା ଉତ୍ତମ।
– ନୈରତ୍ୟ କୋଣ ପୃଥିବୀ ତତ୍ତ୍ୱର ସ୍ଥାନ। ଏହି ଦିଗର ସ୍ୱାମୀ ରାହୁ ଓ କେତୁଙ୍କୁ କୁହାଯାଏ। ଏହି କୋଣର ସ୍ଥାନକୁ ଉଚ୍ଚ ଓ ଭାରୀ ଦ୍ରବ୍ୟ ରଖିବା ଉଚିତ। ଟିଭି, ରେଡ଼ିଓ, ଖେଳକୁଦର ସାମଗ୍ରୀ, ସୁରକ୍ଷିତ ରଖିବାକୁ ଚାହୁଁଥିବା ସାମଗ୍ରୀକୁ ରଖିପାରିବେ।

Comments are closed.