ବାସ୍ତୁର ୫ଟି ନିୟମ, ପାଳନ କଲେ ହେବ ନାହିଁ ଧନ ସମ୍ବନ୍ଧୀୟ ସମସ୍ୟା

ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା କିଛି ସହଜ ଉପାୟ ଅବଲମ୍ବନ କରିବା ଦ୍ୱାରା ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ। ବାସ୍ତୁର ସେହି ନିୟମ ଗୁଡ଼ିକୁ ପାଳନ କରାଗଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହ ଗୃହରେ ସୁଖଶାନ୍ତି ପ୍ରବେଶ କରିଥାଏ। ଜାଣନ୍ତୁ ଏହା ବିଷୟରେ ….
ଆଲମୀରାରେ ଟଙ୍କା ଓ ମୂଲ୍ୟବାନ ଜିନିଷ ରଖାଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆଲମୀରା ନିକଟରେ ଝାଡ଼ୁ ରଖିବା ଉଚିତ ନୁହେଁ।
ନକରାତ୍ମକ ଶକ୍ତି ଦୂର କରିବା ପାଇଁ ସପ୍ତାହ ଥରେ ପାଣିରେ ଲୁଣ ପକାଇ ନିଶ୍ଚୟ ଘର ପୋଛନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତିର ଓ ସକରାତ୍ମକ ବାତାବରଣ ସର୍ବଦା ରହିଥାଏ।
ପୂଜା ସ୍ଥାନ ଶୟନ କକ୍ଷରେ ରଖନ୍ତୁ ନାହିଁ। ଶୟନ କକ୍ଷରେ ପୂଜାସ୍ଥାନ ଥିଲେ ଘରେ କଳହ ଓ ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।
ଗୃହର ଐଶାନ୍ୟ କୋଣରେ ଏକ ପାତ୍ରରେ ଲୁଣ ଭର୍ତ୍ତି କରି ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ଟଙ୍କାପଇସାର ଅଭାବ ହୋଇନଥାଏ।
ଘରର ଗାଧୁଆଘରର କବାଟ ଖୋଲା ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Comments are closed.