ବରୁଣ-କିଆରାଙ୍କ ରୋମାଣ୍ଟିକ୍ ଯୋଡ଼ି

କରୋନା ମହାମାରୀ ନିୟନ୍ତ୍ରଣ ହେବା ପରେ ପ୍ରଥମେ ବଲିଉଡ ପୂରା ଦମ୍‌ରେ କାମ କରିବାକୁ ଆରମ୍ଭ କରିବ। ଏବେ ନିର୍ଦେଶକ ଓ ପ୍ରଯୋଜକ ମହଲ ଅନେକ ସଚେତନତା ପଦକ୍ଷେପ ନେଇ କାମ କରିବା ସତ୍ତ୍ବେ ସେଟ୍‌ରେ କରୋନାର ପ୍ରକୋପକୁ ନିୟନ୍ତ୍ରଣ କରିହେଉ ନାହିଁ। ୟଶ୍‌ରାଜ୍ ପ୍ରଡକ୍ସନ୍‌ ମଧ୍ୟ ଯେନତେନ ପ୍ରକାରରେ କାମ ଚଳାଇଛି। ଖୁବ୍ ଶୀଘ୍ର ଏହି ବ୍ୟାନର୍‌ରେ ଏକ ରୋମାଣ୍ଟିକ୍ କମେଡି ଚଳଚ୍ଚିତ୍ରର ଆରମ୍ଭ ହେବାକୁ ଯାଉଛି। ରାଜ୍ ମେହେତା ଏହାର ନିର୍ଦେଶନା ଦେବେ। ମୁଖ୍ୟ ଭୂମିକାରେ ବରୁଣ ଧୱନ୍ ଓ କିଆରା ଆଡ଼ୱାଣି ଅଭିନୟ କରିବେ। କାହାଣୀ, ସୁଟିଂ ସ୍ଥାନ ସବୁକିଛି ସ୍ଥିର ହୋଇସାରିଛି। କେବଳ ମହାମାରୀ ନିୟନ୍ତ୍ରଣ ହେବାକୁ ଅପେକ୍ଷା କରାଯାଇଛି। ବରୁଣ ଓ କିଆରା ପୂର୍ବରୁ ଏକତ୍ର ‘କଳଙ୍କ’ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହି ନୂଆ ପ୍ରୋଜେକ୍ଟକୁ ନେଇ ଦୁହେଁ ଖୁବ୍ ଉତ୍ସାହିତ ଥିବା କହିଛନ୍ତି।

Comments are closed.