ଆସନ୍ତାକାଲି ଠାରୁ ବନ୍ଦେ ଭାରତ ମିଶନ – ୩

ସମାଜ ପୋର୍ଟାଲ ଡେସ୍କ: କରୋନା ଲକ୍‍ଡାଉନ୍‍ ଯୋଗୁଁ ବିଦେଶରେ ଅଟକିଥିବା ଲୋକମାନଙ୍କୁ ବନ୍ଦେ ଭାରତ ମିଶନ୍‍ ଯୋଜନାରେ ଦେଶକୁ ଅଣାଯାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‍ ସିଂହ ପୁରୀ କହିଛନ୍ତି, ଏପର୍ଯ୍ୟନ୍ତ ୧୭ ହଜାର ବିମାନ ଉଡ଼ାଣ କରି ବାହାର ଦେଶରେ ଥିବା ୭୦ ହଜାର ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି। ସେ କହିଛନ୍ତି, ୭୩୦ଟି ଚାର୍ଟର୍‍ ବିମାନରେ ଦେଶ ମଧ୍ୟକୁ ୧ ଲକ୍ଷ ୧୦ ହଜାରରୁ ଅଧିକ ଭାରତୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଧିକରୁ ଅଧିକ ଘରୋଇ ବିମାନଗୁଡ଼ିକୁ ବାହାର ଦେଶରୁ ଭାରତୀୟମାନଙ୍କୁ ଆଣିବାପାଇଁ ଅନୁମତି ପ୍ରଦାନ କରାଯାଉଥିବା ସେ କହିଛନ୍ତି।

ମେ ୭ ତାରିଖରେ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ମେ ୧୬ରୁ ଏହାର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଏହି ଯୋଜନାର ତୃତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜୁନ୍‍ ୩୦ରେ ଶେଷ ହେବ।

Comments are closed.