ଭଦୋଦରାରେ ଦୁର୍ଘଟଣା ; ୧୨ ମୃତ

ଭଦୋଦରା  : ଗୁଜରାତର ଭଦୋଦରା ନିକଟରେ ଶନିବାର ସନ୍ଧ୍ୟାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ଜଣ ପ୍ରାଣ ହରାଇଛନ୍ତି ଓ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଭଦୋଦରା ନିକଟ ପାଡରାଠାରେ ଲୋକ ନେଇ ଯାଉଥିବା ଏକ ଟ୍ରକ୍‌ ଗୋଟିଏ ଡମ୍ପର ସହିତ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଟ୍ରକ୍‌ରେ ଥିବା ଲୋକଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ଡାକ୍ତରଖାନାରେ ଅନ୍ୟ ୫ ଜଣ ପ୍ରାଣ ହରାଇଥିଲେ। ମୃତକମାନେ ନିକଟସ୍ଥ ଭୋଜ୍‌ ଓ ରାନୁ ଗ୍ରାମର ବୋଲି ପୁଲିସ କହିଛି। ସେମାନେ ସାବଲି ନିକଟସ୍ଥ ଗୋଠାଡାଠାରେ ଅନୁଷ୍ଠିତ ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିଲେ। ବାଲି ବୋଝେଇ ଡମ୍ପର ଅତି ଦ୍ରୁତ ଗତିରେ ଚାଲୁଥିଲା ବୋଲି ଅଭିଯୋଗ ହୋଇଛି।

Comments are closed.