ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ “ଚାଲ ଟୀକା ନେବା” ସଚେତନତା ରଥର ଶୁଭାରମ୍ଭ

ଗୁରୁଡିଝାଟିଆ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜନ୍ମରୁ ୧୬ବର୍ଷ ବୟସର ପିଲାମାନଙ୍କ ସଂପୂର୍ଣ୍ଣ ଟୀକାକରଣ ନିମନ୍ତେ “ଚାଲ ଟୀକା ନେବା” ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଚଳିତମାସ ୧୫ ତାରିଖ ଠାରୁ ଜାନୁଆରୀ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ପତ୍ୟେକ୍ଷ ତତ୍ୱାବଧାନରେ “ଚାଲ ଟୀକା ନେବା” ସଚେତନତା ରଥ ଶୁମ୍ଭାରମ୍ଭ କରାଯାଇଛି । ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚିକିତ୍ସାଧିକାରୀ ତ୍ରୈଲୋକ୍ୟ ମହନ୍ତ, ଅଜୟ ରାଉତଙ୍କ ସହିତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Comments are closed.